ଜାନୁଆରୀ ୧୭ରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ: ମହାପ୍ରଭୁଙ୍କୁ କରାଗଲା ନିମନ୍ତ୍ରଣ
ଓଏଲ୍ ବ୍ୟୁରୋ: ଜାନୁଆରୀ ୧୭ରେ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରାଯିବ। ପରିକ୍ରମା ପ୍ରକଳ୍ପ ପାଇଁ ମହାପ୍ରଭୁଙ୍କୁ ନିମନ୍ତ୍ରଣ ଦିଆଯାଇଛି। ଦିନ ୧ଟାରେ ମହାପ୍ରଭୁଙ୍କୁ ଲୋକାର୍ପଣ ନିମନ୍ତ୍ରଣ ଦିଆଯାଇଛି। ଭବ୍ୟ ଉତ୍ସବ ପାଇଁ ଜୋରସରରେ ଲାଗିଛି ମନ୍ଦିର ପ୍ରଶାସନ। ରାଜ୍ୟ ଓ ରାଜ୍ୟ ବାହାରୁ ୮୫୭ ଦେବସ୍ଥାନକୁ ଯିବ ନିମନ୍ତ୍ରଣ।
ସୂଚନା ଅନୁସାରେ, ପୂର୍ବରୁ ଗଜପତି ମହାରାଜା ଦିବ୍ୟସିଂହ ଦେବ କାର୍ଯ୍ୟର ଅଗ୍ରଗତି ଏବଂ କେବେ ସରିବ, ସେନେଇ ଆଲୋଚନା କରିଥିଲେ। ଗଜପତି ମହାରାଜ କାର୍ଯ୍ୟର ସମୀକ୍ଷା କରିବା ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ ଉପସ୍ଥିତ ରହିଥିଲେ। ଗଜପତି ମହାରାଜ କାର୍ଯ୍ୟର ସମୀକ୍ଷା କରିବା ସହ ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ହେବ ବୋଲି କହିଛନ୍ତି। ଶ୍ରୀସେତୁ, ଜଗନ୍ନାଥ ବଲ୍ଳଭ ପାର୍କିଂ କାର୍ଯ୍ୟ ଅନୁଧ୍ୟାନ କରିବା ଗଜପତି ମହାରାଜ ସୂଚନା ଦେଇଛନ୍ତି।