Odisha Link
Bridging the Missing Links in Odisha

ବେଆଇନ୍ ବାଲି ଚାଲାଣକୁ ନେଇ ମାମଲା: ସମସ୍ତ ବେଆଇନ୍ ଖାଦାନ ଉପରେ ନିଆଯିବ ପଦକ୍ଷେପ

ଓଏଲ୍‌ ବ୍ୟୁରୋ: ବେଆଇନ୍ ବାଲି ଚାଲାଣକୁ ନେଇ ମାମଲା ସାମ୍ନାକୁ ଆସିଛି।କଟକରେ ବେଆଇନ୍ ବାଲି ଚାଲାଣ ମାମଲାରେ ସତ୍ୟପାଠ ଦାଖଲ କରାଯାଇଛି। କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ ହୋଇଛି। ୧୪ଟି ବାଲି ଖାଦାନର ଅନୁମତି ସାମୟିକ ପ୍ରତ୍ୟାହାର ହୋଇଥିବା ଉଲ୍ଲେଖ ହୋଇଛି।

ଆଗକୁ ସମସ୍ତ ବେଆଇନ୍ ଖାଦାନ ଉପରେ ପଦକ୍ଷେପ ନିଆଯିବ। ଲିଜ୍ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉଥିବା ଉଲ୍ଲେଖ ହୋଇଛି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ମଧ୍ୟ ପଦକ୍ଷେପ ନିଆଯାଉଛି। ଜାନୁଆରୀ ପ୍ରଥମ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ।

Leave A Reply

Your email address will not be published.