Odisha Link
Bridging the Missing Links in Odisha

ଓଲଟିଲା ପର୍ଯ୍ୟଟକ ବସ୍; ୨୫ରୁ ଊର୍ଦ୍ଧ୍ୱ ଆହତ

ଓଏଲ୍ ବ୍ୟୁରୋ: ବ୍ରାହ୍ମଣୀଗାଁ ଥାନା ମହାଗୁଡ଼ି ନିକଟ ବୁଲାଣି ରାସ୍ତାରେ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି। ପର୍ଯ୍ୟଟକ ବସ୍ ଓଲଟି ୨୫ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଅନ୍ୟମାନେ ବ୍ରାହ୍ମଣୀଗାଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପର୍ଯ୍ୟଟକ ପଶ୍ଚିମବଙ୍ଗରୁ ଦାରିଙ୍ଗବାଡ଼ି ବୁଲିବାକୁ ଆସିଥିଲେ। ଦାରିଙ୍ଗବାଡ଼ିରୁ ଗୋପାଳପୁର ଅଭିମୁଖେ ଯିବାବେଳେ ଦୁର୍ଘଟଣା ହୋଇଥିବା ଜଣା ପଡିଛି।

Leave A Reply

Your email address will not be published.