Odisha Link
Bridging the Missing Links in Odisha

କଂଗ୍ରେସର ଭାରତ ନ୍ୟାୟ ଯାତ୍ରା; ଓଡ଼ିଶା ଆସିବେ ରାହୁଲ ଗାନ୍ଧି

ଓଏଲ୍ ବ୍ୟୁରୋ: କଂଗ୍ରେସ ପକ୍ଷରୁ ଗତବର୍ଷ ସେପ୍ଟେମ୍ବରରୁ ଚଳିତ ବର୍ଷ ଜାନୁଆରୀ ୧୪ ପର୍ଯ୍ୟନ୍ତ ଭାରତ ଯୋଡ଼ ଯାତ୍ରା ହୋଇଥିଲା। ଏହା ପରେ ‘ଭାରତ ନ୍ୟାୟ ଯାତ୍ରା’ ହେବାକୁ ଯାଉଛି। ଓଡ଼ିଶା ଆସିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ଓଡ଼ିଶା ସମେତ ୧୪ ରାଜ୍ୟରେ ରାହୁଲଙ୍କ ଭାରତ ନ୍ୟାୟ ଯାତ୍ରା ହେବ।

ଜାନୁଆରୀ ୧୪ରୁ ମାର୍ଚ୍ଚ ୨୦ ଯାଏଁ ଇମ୍ଫାଲରୁ ମୁମ୍ବାଇ ପର୍ଯ୍ୟନ୍ତ ଯାତ୍ରା କରାଯିବ। ୮୫ଟି ଜିଲ୍ଲାରେ ୬୨୦୦ କିମି ଯାତ୍ରା କରିବେ ରାହୁଲ ଗାନ୍ଧି। ଲୋକଙ୍କୁ ଆର୍ଥିକ, ସାମାଜିକ ଓ ରାଜନୈତିକ ନ୍ୟାୟ ପ୍ରଦାନ ପାଇଁ ଏହି ଯାତ୍ରା କରିବେ ରାହୁଲ। ଭାରତ ଯୋଡ଼ ଯାତ୍ରା କନ୍ୟାକୁମାରୀରୁ ଆରମ୍ଭ ହୋଇ କାଶ୍ମୀରରେ ଶେଷ ହୋଇଥିଲା।