Odisha Link
Bridging the Missing Links in Odisha

ପୁଣି ସିଏମସି କାଉନସିଲ ବୈଠକରେ ହଟ୍ଟଗୋଳ; ଶାସକ-ବିରୋଧୀ ମୁହାଁମୁହିଁ

ଓଏଲ୍‌ ବ୍ୟୁରୋ: ସିଏମସି କାଉନ୍‌ସିଲ୍‌ ବୈଠକରେ ହଟ୍ଟଗୋଳ ହୋଇଥିବା ଖବର ସାମ୍ନାକୁ ଆସିଛି। ବାଲିଯାତ୍ରାରେ ଦୁର୍ନୀତି ଅଭିଯୋଗ କରି ହୋହାଲ୍ଲା ହୋଇଛି। ଶାସକ-ବିରୋଧୀ କର୍ପୋରେଟର ମୁହାଁମୁହିଁ ହୋଇଛି। ଦୁର୍ନୀତିର ତଦନ୍ତ ଦାବି କଲେ ବିରୋଧୀ କର୍ପୋରେଟର। ଏହା ପରେ ମେୟର ବୈଠକ ଅଧାରୁ ବାତିଲ କରିଛନ୍ତି।

ସୂଚନା ଅନୁସାରେ, ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ କଂଗ୍ରେସ ଓ ବିଜେପି କର୍ପୋରେଟର ହୋହଲ୍ଲା କରିବାରୁ ଅଧାରୁ ବନ୍ଦ ରହିଥିଲା ବୈଠକ। ତଳେ ଧାରଣା ଦେବା ସହ ମେୟରଙ୍କ ମନମାନି ବିରୋଧରେ ନାରାବାଜି ହୋଇଥିଲା। ଶାସକ ଦଳର କର୍ପୋରେଟରଙ୍କ ସହ ମୁହାଁମୁହୖଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ହଟ୍ଟଗୋଳ ହେବାରୁ ଅଧାରୁ ସିଏମସି କାଉନ୍‌ସିଲ୍‌ ବୈଠକ ବନ୍ଦ କରାଯାଇଥିଲା।