Odisha Link
Bridging the Missing Links in Odisha

ଜିରୋ ନାଇଟ ସେଲିବ୍ରେସନ ପାଇଁ କଡ଼ା ସୁରକ୍ଷା: ଟ୍ୱିନ୍‌ ସିଟିରେ ମୁତୟନ ହେବେ ୫୦ ପ୍ଲାଟୁନ୍ ଫୋର୍ସ

ଓଏଲ୍ ବ୍ୟୁରୋ: ଜିରୋ ନାଇଟ ସେଲିବ୍ରେସନ ବେଳେ ଟ୍ବିନ୍‌ ସିଟିରେ କଡ଼ା ସୁରକ୍ଷା ଜାରି କରାଯାଇଛି। ପୁଲିସ ଛାଉଣୀରେ ରହିବ ଟ୍ୱିନସିଟି, ୫୦ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ। ଏନେଇ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। ଟ୍ୱିନ୍‌ ସିଟିରେ ବୁଲିବେ ସିପିଙ୍କ ସ୍ପେଶାଲ ସ୍କ୍ୱାଡ୍‌। ରାସ୍ତାରେ ମଦୁଆଙ୍କୁ ଧରିଲେ, ଅନ୍‌ ଦ ସ୍ପଟ ଆକ୍ସନ ନେବ ପୁଲିସ। ସବୁ ଛକରେ ଚେକିଂ ଓ ବ୍ଲକିଂ ହେବ। ଫୋକସରେ ବାର ଏବଂ ପବ୍‌‌ ରହିବ। ଯଦି କେହି ନିୟମ ଭାଙ୍ଗିଲେ, ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.