Odisha Link
Bridging the Missing Links in Odisha

ପୁଣି ତଳମୁହାଁ ପାରଦ; ମୟୂରଭଞ୍ଜରେ ସର୍ବନିମ୍ନ ତାପମାତ୍ରା ରେକର୍ଡ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ କମିଛି ଶୀତ। କିଛି ଅଂଚଳରେ ସକାଳୁ ସକାଳୁ ଘରୁ ବାହାରିବା ହୋଇପଡ଼ୁଥିଲା ମୁସ୍କିଲ। ଓଃ କି ଶୀତ…ଜାଡର ପରିମାଣ ଏତେ ବୃଦ୍ଧି ପାଇଛି। ସମସ୍ତଙ୍କ ପାଟିରୁ ଖାଲି ଓଃ କି ଶୀତ.. ରାଜ୍ୟରେ ଏବେବି କିଛି ଅଂଚଳରେ କମୁଛି ରାତି ତାପମାତ୍ରା ଏବଂ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ରାଜ୍ୟରେ ୧୦ ଡିଗ୍ରୀ ତଳେ ୩ ସହର ରହିଛି। ମୟୂରଭଞ୍ଜରେ ସର୍ବନିମ୍ନ ତିନି ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଉପରଵାରା କାମୁଡାରେ ତିନି ଡିଗ୍ରୀ, ଚହଲା ଠାରେ ଛଅ ଯଶିପୁର ଠାରେ ୧୩ ଡିଗ୍ରୀ ରେକର୍ଡ ହୋଇଛି ।