Odisha Link
Bridging the Missing Links in Odisha

ଧୁମ୍ ଧାମରେ ଚାଲିଛି ଶ୍ରୀରାମ ମନ୍ଦିର କାର୍ଯ୍ୟ; ମନ୍ଦିର ସମ୍ମୁଖରେ ସ୍ଥାପନ ହେଲା ସିଂହ

ଓଏଲ୍‌ ବ୍ୟୁରୋ: ଆଉ ମାତ୍ର ଅଳ୍ପ ଦିନର ଅପେକ୍ଷା, ଅଗଣିତ ରାମଭକ୍ତଙ୍କ ଅପେକ୍ଷାର ହେବ ଅନ୍ତ, ଅଯୋଧ୍ୟା ରାମ ମନ୍ଦିରରେ ବିରାଜମାନ ହେବେ ରାମଲାଲା। ଏବେଠୁ ଅଯୋଧ୍ୟାକୁ ରାମଭକ୍ତଙ୍କ ସୁଅ ଛୁଟିଲାଣି। ଅଯୋଧ୍ୟା ଶ୍ରୀରାମ ମନ୍ଦିର ସମ୍ମୁଖରେ ସ୍ଥାପନ ହେଲା ସିଂହ। ପୌଷମାସ ଦ୍ୱାଦଶୀ ତିଥିରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଜନ୍ମସ୍ଥାନରେ ଶ୍ରୀରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ସମ୍ପନ୍ନ କରାଯିବ।

ଅନ୍ୟପଟେ, ଅଯୋଧ୍ୟାରେ ଚୂଡ଼ାନ୍ତ ହେଲା ରାମଲାଲାଙ୍କ ବିଗ୍ରହ। ପ୍ରସିଦ୍ଧ ମୂର୍ତ୍ତିକାର ଯୋଗୀରାଜ ଅରୁଣଙ୍କ ଦ୍ୱାରା ନିର୍ମିତ ମୂର୍ତ୍ତି ଚୂଡ଼ାନ୍ତ। ପ୍ରଭୁ ରାମଙ୍କ ୩ଟି ମୂର୍ତ୍ତି ମଧ୍ୟରୁ ଗୋଟିଏ ମୂର୍ତ୍ତି ଚୂଡ଼ାନ୍ତ ହେଲା। ଏନେଇ ଟ୍ୱିଟ୍ କରି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି। ୨୦୨୪ ଜାନୁଆରୀ ୨୨ ତାରିଖରେ ପ୍ରତିଷ୍ଠା ହେବ ଉତ୍ତରପ୍ରଦେଶରେ ନିର୍ମିତ ହେଉଥିବା ଭବ୍ୟ ଶ୍ରୀରାମ ମନ୍ଦିର। ଏହାରି ଭିତରେ ଶିଳ୍ପୀମାନେ ମଧ୍ୟ ନିର୍ମାଣ କାମ ବେଶ ଧୁମ୍ ଧାମରେ କରୁଛନ୍ତି।

ରାମଜନ୍ମଭୂମିରେ ରାମଲଲ୍ଲାଙ୍କ ଦର୍ଶନ ପାଇଁ ଆସିବେ ଭକ୍ତ। ଭକ୍ତଙ୍କ ରହିବା, ଖାଇବାର ସୁବିଧା ପାଇଁ ଆରମ୍ଭ ହୋଇଗଲାଣି ଟେଣ୍ଟ୍ ବ୍ୟବସ୍ଥା। ଏକାଥରରେ ୧୫ ରୁ ୨୦ ହଜାର ଭକ୍ତ ୩ଟି ସ୍ଥାନରେ ରହିବାର ସୁବିଧା ପାଇବା ପାଇଁ ବ୍ୟବସ୍ତା କରାଯାଉଛି।

Leave A Reply

Your email address will not be published.