Odisha Link
Bridging the Missing Links in Odisha

ବ୍ରିକ୍ରି ହେବନି ବ୍ଲଡ, କେନ୍ଦ୍ର ସରକାର ନେଲେ ବଡ଼ ନିଷ୍ପତ୍ତି

ଓଏଲ୍‌ ବ୍ୟୁରୋ: ଆଉ ବିକ୍ରି ହେବନି ବ୍ଲଡ୍‌। ଦେଶରେ ଆଉ ରକ୍ତର ବିକ୍ରି କରାଯାଇପାରିବ ନାହିଁ। ଏଭଳି ପରିସ୍ଥିତିରେ ରକ୍ତ ଅଭାବରୁ ଆଉ ଦେଶରେ କେହି ମରିବେ ନାହିଁ। ବର୍ତ୍ତମାନ ଡାକ୍ତରଖାନା ଏବଂ ଘରୋଇ ବ୍ଲଡ ବ୍ୟାଙ୍କଗୁଡ଼ିକ ରକ୍ତ ପାଇଁ ବିପୁଳ ପରିମାଣର ଚାର୍ଜ ଆଦାୟ କରିପାରିବେ ନାହିଁ।କାରଣ ମୋଦି ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଯାହା ଅନ୍ତର୍ଗତ ବ୍ଲଡ ବ୍ୟାଙ୍କ କିମ୍ବା ଡାକ୍ତରଖାନା କେବଳ ରକ୍ତଦାନ ପାଇଁ ପ୍ରକ୍ରିୟାକରଣ ଶୁଳ୍କ ଆଦାୟ କରାଯାଇ ପାରିବ ।

ସବୁଠୁ ବଡ଼କଥା ହେଲା ଜରୁରୀ ପରିସ୍ଥିତିରେ ବ୍ଲଡ୍ ପାଇଁ ହସ୍ପିଟାଲ ଓ ଘରୋଇ ବ୍ଲଡ୍ ବ୍ୟାଙ୍କ ଯେଉଁ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିଲେ, ତା ଉପରେ ରୋକ୍ ଲଗାଇଛନ୍ତି କେନ୍ଦ୍ର ସରକାର। ଏଣିକି ଏହି ଅନୁଷ୍ଠାନମାନେ ରକ୍ତର ବିକ୍ରି କରିପାରିବେ ନାହିଁ। ପୂର୍ବରୁ ଘରୋଇ ହସ୍ପିଟାଲ ଓ ବ୍ଲଡ୍ ବ୍ୟାଙ୍କରେ ଗୋଟିଏ ବ୍ଲଡ୍ ପ୍ୟାକେଟ୍ ପାଇଁ ୨ରୁ ୬ ହଜାର ଟଙ୍କା ଦାବି କରାଯାଉଥିଲା।

ଏ ସବୁକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏବେ କେବଳ ପ୍ରୋସେସିଂ ଫିସ୍ ଦେଇ ଜଣେ ବ୍ୟକ୍ତି ବ୍ଲଡ୍ ବ୍ୟାଙ୍କରୁ ରକ୍ତ ନେଇପାରିବ। ତେବେ ଏହି ପ୍ରୋସେସିଂ ଫିସ୍ ଦାମ ୨୫୦ ଟଙ୍କାରୁ ୧୫୫୦ ଟଙ୍କା ଭିତରେ ରହିବ ବୋଲି ସୂଚନା ଦିଆଯାଇଛି।

ବ୍ଲଡକୁ ନେଇ ସରକାରଙ୍କ ଏହି ନିଷ୍ପତ୍ତି ପରେ, ଅନେକ ରୋଗୀ ଲାଭବାନ ହେଇପାରିବେ।ଖାସକରି ଥାଲାସେମିଆ ରୋଗରେ ପୀଡିତ ରୋଗୀଙ୍କ ପାଇଁ ଏହା ସଞ୍ଜିବନୀ ହେବ।ଏହି ରୋଗରେ ପୀଡିତ ଲୋକଙ୍କୁ ବର୍ଷରେ ଏକାଧିକ ଥର ରକ୍ତ ବଦଳାଇବାକୁ ପଡିଥାଏ। ତେଣୁ ସରକାରଙ୍କ ଏପରି ନିଷ୍ପତ୍ତିକୁ ଅନେକ ଲୋକ ସ୍ୱାଗତ କରିଛନ୍ତି।

Leave A Reply

Your email address will not be published.