Odisha Link
Bridging the Missing Links in Odisha

ଏଏସ୍‌ଓ ପରୀକ୍ଷା ଅନିୟମିତତା ମାମଲା: ରାଜ୍ୟ ସରକାରଙ୍କୁ ନୋଟିସ କଲେ ସୁପ୍ରିମକୋର୍ଟ

ଓଏଲ୍ ବ୍ୟୁରୋ: ଓଡ଼ିଶା ପବ୍ଲିକ ସର୍ଭିସ୍ କମିସନ୍ ଦ୍ୱାରା ଆୟୋଜିତ ଏଏସଓ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଓଡ଼ିଶା ପବ୍ଲିକ ସର୍ଭିସ୍ କମିସନ୍ ଦ୍ୱାରା ଆୟୋଜିତ ଏଏସ୍‌ଓ ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ନେଇ କୋର୍ଟରେ ମାମଲା ହୋଇଥିଲା। ଏହି ଘଟଣାକୁ ନେଇ ହାଇକୋର୍ଟରେ ରିଟ୍ ଆବେଦନ ଶୁଣାଣି ହୋଇଥିଲା। ତେବେ ଆଜି ରାଜ୍ୟ ସରକାର, ଓପିଏସ୍‌ସି ସହ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ କରାଯାଇଛି। ଆବେଦନକାରୀ ରଜତ ମିଶ୍ରଙ୍କ ଏସ୍‌ଏଲ୍‌ପିକୁ ଗ୍ରହଣ କରି ନୋଟିସ ହୋଇଛି।

ସୂଚନା ଅନୁସାରେ, ୭୯୬ ଏଏସଓ ପଦ ପାଇଁ ୨୦୨୨, ଅଗଷ୍ଟ ୨୭ ତାରିଖରେ ଲିଖିତ ପରୀକ୍ଷା ହୋଇଥିଲା। ମୋଟ୍ ୧ଲକ୍ଷ ୪୮ହଜାର ୮୮୮ଜଣ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ। ପରୀକ୍ଷା ଆରମ୍ଭରୁ ହିଁ ବିବାଦ ଆରମ୍ଭ ହୋଇଥିଲା। ଏନେଇ ପୂର୍ବରୁ ହାଇକୋର୍ଟରେ ଏକାଧିକ ମାମଲା ଦାୟର ହୋଇଥିଲା। ହାଇକୋର୍ଟଙ୍କ ନଭେମ୍ବର ୧୪ର ରାୟ ଅନୁସାରେ୨୦୧୬, ସେପ୍ଟେମ୍ବର ୩ର ବିଜ୍ଞପ୍ତି ଓପିଏସି ପରୀକ୍ଷାଫଳ ପ୍ରକାଶ କରିଥିଲା। ସେମାନଙ୍କ ଭିତରୁ ୧୧୦୪ଜଣ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ନେଇ ୨୦୨୨, ନଭେମ୍ବର ୭ରେ ଓପିଏସସି ବିଜ୍ଞପ୍ତି ପ୍ରକାଶ କରିଥିଲା। ଏହି ପରୀକ୍ଷାରେ ହୋଇଥିବା ଅନିୟମିତତାକୁ ନେଇ କୋର୍ଟରେ ମାମଲା ହୋଇଥିଲା।

Leave A Reply

Your email address will not be published.