Odisha Link
Bridging the Missing Links in Odisha

ପୁଣି ଚର୍ଚ୍ଚାରେ ମହୁଆ ମୈତ୍ର; ଶେଷରେ ଛାଡିଲେ ସରକାରୀ ବଙ୍ଗଳା

ଓଏଲ୍‌ ବ୍ୟୁରୋ: ପୁଣି ଚର୍ଚ୍ଚାରେ ମହୁଆ ମୈତ୍ର। ସଂସଦରେ ପ୍ରଶ୍ନ ପଚାରିବା ଅଭିଯୋଗରେ ବହିଷ୍କୃତ ହୋଇଥିବା ଲୋକସଭା ସାଂସଦ ମହୁଆ ମୋଇତ୍ରାଙ୍କୁ ଶେଷରେ ଦିଲ୍ଲୀ ସ୍ଥିତ ତାଙ୍କ ସରକାରୀ ବଙ୍ଗଳା ଖାଲି କରିବାକୁ ପଡ଼ିଛି। ସରକାରଙ୍କ ନୋଟିସକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ କୋର୍ଟ ଖାରଜ କରିଦେବା ପରେ ଆଉ କୌଣସି ରାସ୍ତା ନଥିଲା। ଆଉ ଶେଷରେ ଦିଲ୍ଲୀରେ ଥିବା ଟେଲିଗ୍ରାଫ ଲେନରେ ଥିବା ନାଇନ-ବି ସରକାରୀ ବଂଗଳା ଛାଡିବାକୁ ପଡିଛି।

ସୂଚନା ଅନୁସାରେ, ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କଠାରୁ ମୂଲ୍ୟବାନ ଉପହାର ଗ୍ରହଣ କରିବା ଏବଂ ସଂସଦ ୱେବସାଇଟର ୟୁଜର ଆଇଡି ଏବଂ ପାସୱାର୍ଡ ତାଙ୍କ ସହ ସେୟାର କରିବା ଅଭିଯୋଗ ଭିତ୍ତିରେ ‘ଅନୈତିକ ଆଚରଣ’ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଏହାପରେ ଗତ ବର୍ଷ ଡିସେମ୍ବର ୮ରେ ମହୁଆଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଥିଲା। ଦୁଇ ଦିନ ତଳେ ମହୁଆଙ୍କୁ ପୁଣି ଥରେ ବଙ୍ଗଳା ଖାଲି କରିବାକୁ ନୋଟିସ୍ ପଠାଯାଇଥିଲା। ସଂସଦରେ ଲାଂଚ ନେଇ ପ୍ରଶ୍ନ ପଚାରିବାର ଅଭିଯୋଗ ପ୍ରମାଣିତ ହେବା ପରେ ୨୦୨୩ ଡିସେମ୍ବର ୮ ରେ ମହୁଆଙ୍କ ଲୋକସଭା ସଦସ୍ୟତା ରଦ୍ଦ କରାଯାଇଥିଲା।

Leave A Reply

Your email address will not be published.