Odisha Link
Bridging the Missing Links in Odisha

ପୁଣି ଚର୍ଚ୍ଚାରେ ରାହୁଲ ଗାନ୍ଧିଙ୍କ ଭାଷଣ; ମାମଲା ରୁଜୁ ପାଇଁ ଆସାମ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଓଏଲ୍‌ ବ୍ୟୁରୋ: କଂଗ୍ରେସ ପକ୍ଷରୁ ‘ଭାରତ ନ୍ୟାୟ ଯାତ୍ରା’ ଆରମ୍ଭ ହୋଇଛି। ଏଥିପାଇଁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଦେଶର ବିଭିନ୍ନ ସ୍ଥାନ ପରିଭ୍ରମଣ କରିଛନ୍ତି। ଓଡ଼ିଶା ସମେତ ୧୪ ରାଜ୍ୟରେ ରାହୁଲଙ୍କ ଭାରତ ନ୍ୟାୟ ଯାତ୍ରା କରାଯାଉଛି। ଯାହାକୁ ନେଇ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ସାଧାରଣ ଲୋକଙ୍କୁ ଉସକେଇବା ଭଳି ଭାଷଣ ନେଇ ଅଭିଯୋଗ ସାମ୍ନାକୁ ଆସିଛି। ଗୌହାଟି ନିକଟରେ ଲୋକଙ୍କୁ ଭଡ଼କାଇବା ଭଳି ଭାଷଣ ଦେଇଥିବା ଅଭିଯୋଗ ହୋଇଛି।

ଗୌହାଟିକୁ ପ୍ରବେଶ ଅନୁମତି ନଦେବାରୁ ଉତ୍ତେଜକ ଭାଷଣ ଦେଇଥିଲେ। ବ୍ୟାରିକେଡ ଭାଙ୍ଗିବାକୁ କଂଗ୍ରେସ କର୍ମୀକୁ ରାହୁଲ କହୁଥିବା ଅଭିଯୋଗ ହୋଇଛି। ରାହୁଲ ଗାନ୍ଧି ଓ ଜିତେନ୍ଦ୍ର ସିଂହ ଲୋକଙ୍କୁ ଉସକାଉଥିବା ଅଭିଯୋଗ କରାଯାଇଛି। ରାହୁଲ ଗାନ୍ଧିଙ୍କ ନାଁରେ ମାମଲା ରୁଜୁ ପାଇଁ ଆସାମ ମୁଖ୍ୟମନ୍ତ୍ରୀ ଆସାମ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯାହା ଏବେ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛି।