Odisha Link
Bridging the Missing Links in Odisha

କୁନୋ ଜାତୀୟ ଉଦ୍ୟାନରୁ ଆସିଲା ଖୁସି ଖବର; ବଢ଼ିଲା ଚିତା ସଂଖ୍ୟା

ଓଏଲ୍‌ ବ୍ୟୁରୋ: ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ତିନି ଶାବକଙ୍କୁ ଜନ୍ମ ଦେଇଛି ନାମିବିଆରୁ ଆସିଥିବା ଚିତା ଜ୍ୱାଲା। ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ଯାଦବ। ଏହା ସହ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ଏଥିରେ ଚିତା ଶାବକ ମା’ ପାଖରେ ଖେଳୁଥିବାର ଦେଖିବାକୁ ମିଳିଛି। ଏହା ପୂର୍ବରୁ ଚିତା ଆଶା ତିନି ଶାବକଙ୍କୁ ଜନ୍ମ ଦେଇଥିଲା। ଏହା ସହ ଚିତାଙ୍କ ମୃତ୍ୟୁ ବରଣ ଖବର ବି ଚିନ୍ତାର ବିଷୟ ପାଲଟିଥିଲା।

ସୂଚନା ଅନୁସାରେ, ୨୦୨୨ ସେପ୍ଟେମ୍ବର ୧୭ ତାରିଖରେ ଆଫ୍ରିକା ମହାଦେଶର ନାମିବିଆରୁ ୮ ଚିତା ଭାରତକୁ ଅଣାଯାଇଥିଲା। ପରେ ଦକ୍ଷିଣ ଆଫ୍ରିକାରୁ ୧୨ଟି ଚିତା ଅଣାଯାଇଥିଲା। କୁନୋ ନ୍ୟାସନାଲ ପାର୍କରେ ଏବେ ମାତ୍ର ୧୪ଟି ଚିତା ଜୀବିତ ଅଛନ୍ତି। ହେଲେ ଧୀରେ ଧୀରେ ଗୋଟେ ପରେ ଗୋଟେ ଚିତାଙ୍କ ମୃତ୍ୟୁ ହେବା ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା। ଏବେ ଭାରତରେ ମୋଟ୍ ୧୪ ବଡ଼ ଓ ୭ ଚିତା ଶାବକ ଅଛନ୍ତି।

Leave A Reply

Your email address will not be published.