Odisha Link
Bridging the Missing Links in Odisha

ଶନିବାର ସ୍କୁଲ, କଲେଜ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ଓଏଲ୍‌ ବ୍ୟୁରୋ: ଶନିବାର ଅର୍ଥାତ୍‌ ଆସନ୍ତା ୨୭ ତାରିଖରେ ରାଜ୍ୟ ସମସ୍ତ ସ୍କୁଲ, କଲେଜ ବନ୍ଦ ରହିବ। ସମ୍ବଲପୁରର ମା’ ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ଛୁଟି ଘୋଷଣା କରିଛନ୍ତି ଓଡ଼ିଶା ସରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଲୋକାର୍ପଣ କରିବେ।ବିପୁଳ ଉତ୍ସାହ ଓ ଭକ୍ତି ଭାବନା ସହ ଅନୁଷ୍ଠିତ ହେଉଛି ଲୋକାର୍ପଣ ଉତ୍ସବ।ଏହି ଦିନ ଚତୁର୍ଥ ଶନିବାର ପଡୁଥିବାରୁ ସମସ୍ତ ସରକାରୀ ଅଫିସ ମଧ୍ଯ ବନ୍ଦ ରହିବ।କାର୍ଯ୍ୟକ୍ରମରେ ଭକ୍ତମାନେ ଆନନ୍ଦର ସହ ଯୋଗଦାନ କରି ମା’ଙ୍କ ଉଦ୍ଦେଶ୍ୟରେ ଭକ୍ତି ନିବେଦନ କରିପାରିବେ।

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ପୀଠର ବିକାଶ ପାଇଁ କରାଯାଇଥିବା ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଆସନ୍ତା ଶନିବାର ହେବ। ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ସବୁଠି ଭାବ ଭକ୍ତି ଆନନ୍ଦ ଦେଖିବାକୁ ମିଳୁଛି । ସବୁଠି ଫୁଲରେ ସାଜସଜ୍ଜା କରାଯାଉ ଥିବା ବେଳେ ୪ ଦ୍ବାରରେ ହୋମଯଜ୍ଞ ପାଇଁ ଆୟୋଜନ କରାଯାଇଛି। ଲୋକାର୍ପଣ ଉତ୍ସବ ଦିନ ଶ୍ରଦ୍ଧାଳୁମାନେ ସିନ୍ଦୂର ଓ ଚୁନରି ଅର୍ପଣ କରିପାରିବେ । ପ୍ରଥମେ ନିଜ ଗାଁର ଗ୍ରାମଦେବୀଙ୍କୁ ଅର୍ପଣ କଲା ପରେ ତାହା ପୁଣି ସମ୍ବଲପୁର ଅଣଯାଇ ମାଆ ସମଲେଶ୍ବରୀଙ୍କ ନିକଟରେ ଅର୍ପଣ କରାଯିବ।

Leave A Reply

Your email address will not be published.