Odisha Link
Bridging the Missing Links in Odisha

ଲୋକସଭା ନିର୍ବାଚନ ପରେ ରାହୁଲ ଗିରଫ ହେବେ: ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଲୋକସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ କଂଗ୍ରେସ କରୁଛି ଭାରତ ଯୋଡ଼ ନ୍ୟାୟ ଯାତ୍ରା। ଏହାର ମଙ୍ଗୁଆଳ ସାଜିଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ନେଇ ଆସିଛି ବଡ଼ ଅପଡେଟ୍। ଲୋକସଭା ନିର୍ବାଚନ ପରେ ରାହୁଲ ଗାନ୍ଧିଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା। ଯାହାକୁ ନେଇ ଜାତୀୟ ରାଜନୀତି ଉଷ୍ମ ହୋଇ ଉଠିଛି।

ରାହୁଲ ଗାନ୍ଧିଙ୍କ ନାଁରେ ଆସାମ ପୁଲିସ୍‌ ମାମଲା ରୁଜୁ କରିବାର ଦିନକ ପରେ ହିମନ୍ତ ବିଶ୍ବଶର୍ମା କହିଛନ୍ତି, ଆମେ ଏକ ଏସ୍‌ଆଇଟି ଗଠନକ କରିବୁ। ଏସ୍‌ଆଇଟି ମାମଲାର ତଦନ୍ତ କରିବ। ଆଉ ଲୋକସଭା ନିର୍ବାଚନ ସରିବା ପରେ ଆମେ ତାଙ୍କୁ ଗିରଫ କରିବୁ। ଯଦି ଆମେ ଏବେ କାର୍ଯ୍ୟାନୁଷ୍ଠାନ ନେବୁ, ତା’ହେଲେ ସେମାନେ କହିବେ ଏହା ଏକ ରାଜନୀତିକ ପଦକ୍ଷେପ। ଆମ ପାଖରେ ପ୍ରମାଣ ଅଛି। ରାହୁଲ ଗାନ୍ଧି ଜନତାଙ୍କୁ ଉସକାଉ ଥିବାର। ଗତକାଲି ଗୌହାଟୀରେ ଏବ ବଡ଼ ଘଟଣା ଘଟି ଯାଇଥା’ନ୍ତା ଯଦି କିଏ ଏଥିପାଇଁ ଦାୟୀ ରହିଥାନ୍ତା ବୋଲି ଶ୍ରୀ ବିଶ୍ବଶର୍ମା କହିଛନ୍ତି।

ସୂଚନାଥାଉକି, ମଙ୍ଗଳବାର ରାହୁଲଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଗୌହାଟୀ ପହଞ୍ଚିଥିଲା। ଏହାକୁ ଆସାମ ପୁଲିସ୍ ଅଟକାଇ ଦେଇଥିଲା। ରାହୁଲ ତାଙ୍କ ଯାତ୍ରାକୁ ଗୌହାଟୀ ସହର ମଧ୍ୟ ଦେଇ ନେଇଯିବାକୁ ଚାହୁଁଥିଲେ। କିନ୍ତୁ ଏଥିପାଇଁ ପ୍ରଶାସନ ଅନୁମତି ଦେଇ ନଥିଲା। ପୁଲିସ୍ ଗୌହାଟୀ ସହରକୁ ଯିବା ପାଇଁ ଥିବା ସମସ୍ତ ପ୍ରବେଶ ପଥରେ ବ୍ୟାରିକେଡ ଲଗାଇଥିଲା। ଏହା ପରେ ପୁଲିସ୍ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା। କଂଗ୍ରେସ କର୍ମୀମାନେ ବ୍ୟାରିକେଡ୍ ଭାଙ୍ଗି ଦେଇଥିଲେ।

Leave A Reply

Your email address will not be published.