Odisha Link
Bridging the Missing Links in Odisha

ଆଇପିଏସ୍‌ ସ୍ତରରେ ବଡ଼ ଅଦଳବଦଳ; କାହାକୁ କେଉଁ ଦାୟିତ୍ବ ମିଳିଲା ଜାଣନ୍ତୁ

ଓଏଲ୍‌ ବ୍ୟୁରୋ: ସାଧାରଣ ନିର୍ବାଚନ ପୂର୍ବରୁ ଆଇପିଏସ୍‌ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ଓଡ଼ିଶା ସରକାର। ଭୁବନେଶ୍ବର-କଟକ ଟ୍ବିନ୍‌ ସିଟି ପୁଲିସ କମିଶନର ହେଲେ ସଞ୍ଜୀବ ପଣ୍ଡା। କମିଶନର ଥିବା ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ଯାହାକି ପୂର୍ବରୁ ସଞ୍ଜୀବ ପଣ୍ଡାଙ୍କ ଅଧିନରେ ଥିଲା । ସେହିଭଳି କଟକ ଡିସିପି ପିନାକ ମିଶ୍ରଙ୍କୁ ପୁରୀ ଏସ୍‌ପି ଭାବେ ବଦଳି କରାଯାଇଛି । ପୁରୀ ଏସ୍‌ପି କନଓ୍ବର ବିଶାଳ ସିଂହଙ୍କୁ କଟକ ଡିସିପି ଭାବେ ବଦଳି କରାଯାଇଛି।

ସନ୍ତୋଷ ବାଲାଙ୍କୁ ପୁଲିସ ହାଉସିଂ ବୋର୍ଡର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ହିମାଂଶୁ ଲାଲ୍‌ଙ୍କୁ ଉତ୍ତରାଞ୍ଚଳ ଆଇଜି କରାଯାଇଥିବା ବେଳେ ଦୀପକ କୁମାର ହୋଇଛନ୍ତି ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି। ସତ୍ୟବ୍ରତ ଭୋଇଙ୍କୁ ପୂର୍ବାଞ୍ଚଳ ରେଂଜ ଆଇଜି କରାଯାଇଥିବା ବେଳେ ଜୟନାରାୟଣ ପଙ୍କଜଙ୍କୁ ଦକ୍ଷିଣାଞ୍ଚଳ ଆଇଜି ଭାବେ ବଦଳି କରାଯାଇଛି। ବି. ଯୁଗଳ କିଶୋରଙ୍କୁ କେନ୍ଦ୍ରାପଡ଼ା ଏସ୍‌ପି କରାଯାଇଥିବା ବେଳେ ମଡକର ସନ୍ଦୀପ ସଂପଦ ହୋଇଛନ୍ତି ଢେଙ୍କାନାଳ ଏସ୍‌ପି। ବିବେକାନନ୍ଦ ଶର୍ମାଙ୍କୁ ହେଡକ୍ୱାର୍ଟର୍ସ ଏଆଇଜି ଭାବେ ନୂଆ ଦାୟିତ୍ୱ ଦିଆଯାଇଛି।

ସେହିପରି ଜ୍ଞାନରଂଜନ ମହାପାତ୍ରଙ୍କୁ ସ୍ପେଶାଲ ବ୍ରାଞ୍ଚ ଏସ୍‌ପି ଭାବେ ବଦଳି କରାଯାଇଥିବା ବେଳେ ଅମରେଶ ପଣ୍ଡାଙ୍କୁ ପୁଲିସ୍ ମୁଖ୍ୟାଳୟ ଏଆଇଜି କରାଯାଇଛି।ପି.କେ ମିଶ୍ରଙ୍କୁ ରାଉରକେଲା ରେଲୱେ ଏସ୍‌ପି ଭାବେ ବଦଳି କରାଯାଇଥିବା ବେଳେ ରାମ ପ୍ରସାଦ ସାହୁ ହୋଇଛନ୍ତି ଦେବଗଡ଼ ଏସ୍‌ପି। ହରିଶ ବି.ସିଙ୍କୁ ରାୟଗଡ଼ା ଏସ୍‌ପି କରାଯାଇଥିବା ବେଳେ ୟଶ୍‌ପ୍ରତାପ ଶ୍ରୀମଲ ହୋଇଛନ୍ତି ସୋନପୁର ଏସ୍‌ପି।

Leave A Reply

Your email address will not be published.