Odisha Link
Bridging the Missing Links in Odisha

ପର୍ଯ୍ୟଟକଙ୍କ ପାଇଁ ଖୁସିଖବର; ଏଣିକି ଶିମିଳିପାଳରେ ଦେଖିବାକୁ ମିଳିବ କଳା ବାଘ ସଫାରୀ

ଓଏଲ୍‌ ବ୍ୟୁରୋ: ପର୍ଯ୍ୟଟକଙ୍କ ପାଇଁ ଖୁସିଖବର। ଏଣିକି ପର୍ଯ୍ୟଟକ ଶିମିଳିପାଳରେ କଳା ବାଘ (ମେଲାନିଷ୍ଟିକ ବାଘ) ସଫାରୀ ଉପଭୋଗ କରିବେ। କଳା ବାଘ ସଫାରୀ ହେବା ନେଇ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ସୂଚନା ଜାରି ହୋଇଛି। ‘ଏକ୍ସ’ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ଶିମିଳିପାଳରେ୧୦ଟି କଳା ମହାବଳ ରହିଥିବା ଖବର ସାମ୍ନାକୁ ଆସିଥିଲା। ରାଜ୍ୟସଭାରେ କେନ୍ଦ୍ର ପରିବେଶ ମନ୍ତ୍ରୀ ଅଶ୍ବିନ ଚୌବେ କହିଥିଲେ ଯେ, ଦେଶରେ କେବଳ ଶିମିଳିପାଳରେ ଅଛନ୍ତି କଳା ମହାବଳ। ଶିମିଳିପାଳରେ ୧୦ଟି କଳା ମହାବଳ ରହିଛନ୍ତି।

Leave A Reply

Your email address will not be published.