Odisha Link
Bridging the Missing Links in Odisha

ମନି ଲଣ୍ଡରିଂ ମାମଲା: ଜେଲ୍ ଗଲେ ହେମନ୍ତ ସୋରେନ୍

ଓଏଲ୍‌ ବ୍ୟୁରୋ: ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନଙ୍କୁ ଦୀର୍ଘ ୫ ଘଣ୍ଟାରୁ ଅଧିକ ସମୟ ଜେରା କରିବା ପରେ ଗିରଫ କରିଛି ଇଡି। ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଗତକାଲି ରାତି ୯.୩୫ ମିନିଟରେ ଗିରଫ କରିଛି ବୋଲି ଇଡି ସୂଚନା ଦେଇଛି। ଇଡି କାର୍ଯ୍ୟାଳୟରୁ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପିଏମଏଲଏ କୋର୍ଟକୁ କୋର୍ଟକୁ ଅଣାଯାଇଥିଲା। ଏବେ ଦିନକ ପାଇଁ ହେମନ୍ତଙ୍କୁ ବିଚାର ବିଭାଗୀୟ ହାଜତ ପଠାଗଲା। ୧୦ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଛି ଇଡି।ଆସନ୍ତାକାଲି ଇଡିର ରିମାଣ୍ଡ ଆବେଦନ ନେଇ ଶୁଣାଣି କରାଯିବ।

ସୂଚନା ଅନୁସାରେ, ମନି ଲଣ୍ଡରିଂ ମାମଲାରେ ହେମନ୍ତଙ୍କୁ ଗତକାଲି ଗିରଫ କରାଯାଇଛି। ବିଧିବଦ୍ଧ ଭାବେ ଗିରଫ ହେବା ପୂର୍ବରୁ ହେମନ୍ତ ସୋରେନ ରାଜଭବନରେ ପହଞ୍ଚିଥିଲେ। ଇଡି ଅଧିକାରୀଙ୍କ ଉପସ୍ଥିତିରେ ସେ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନନଙ୍କୁ ନିଜର ଇସ୍ତଫାପତ୍ର ଦେଇଥିଲେ। ଏହାପରେ ଇଡି ତାଙ୍କୁ ବିଧିବଦ୍ଧ ଭାବେ ଗିରଫ କରିଥିବା ଘୋଷଣା କରିଛି।

Leave A Reply

Your email address will not be published.