Odisha Link
Bridging the Missing Links in Odisha

ବାଣିଜ୍ୟ କ୍ଷେତ୍ରରେ ନୂଆ ଅଧ୍ୟାୟ; ଆକାଶ ମାର୍ଗରେ ଆରମ୍ଭ ହେଲା କାର୍ଗୋ ସେବା

ଓଏଲ୍‌ ବ୍ୟୁରୋ: ବିକାଶ ଅଭିମୁଖେ ଓଡ଼ିଶା। ବାଣିଜ୍ୟ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ପାଇଁ ନୂତନ ପ୍ରୟାସ କରାଯାଇଛି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ଅନ୍ତଃରାଷ୍ଟ୍ରୀୟ ଏୟାର କାର୍ଗୋ ସେବା ଆରମ୍ଭ ହୋଇଛି। ଏହାଦ୍ୱାରା ଆମଦାନୀ ଓ ରପ୍ତାନି କାରୀଙ୍କୁ ଏଣିକି ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିବନି କି ଦେଶର ଅନ୍ୟ କୌଣସି ବିମାନ ବନ୍ଦର ଉପରେ ନିର୍ଭରଶିଳ ହେବାକୁ ପଡିବନାହିଁ ବୋଲି ଆଶା ପୋଷଣ କରାଯାଇଛି। ଏହାସହ ବିଦେଶରୁ ସହଜରେ ଓ କମ୍ ସମୟରେ ଆମଦାନୀ କରିହେବ। ଅନ୍ତରାଷ୍ଟ୍ରୀୟ କନେକ୍ଟିଭିଟି ସହ ଇଣ୍ଟରନ୍ୟାସନାଲ ଏୟାର କାର୍ଗୋ ସେବା ଉପଲବ୍ଧ ହେବ।

Leave A Reply

Your email address will not be published.