Odisha Link
Bridging the Missing Links in Odisha

ଆଗାମୀ ନିର୍ବାଚନକୁ ନେଇ କଂଗ୍ରେସର କସରତ; ଅନଲାଇନରେ ଟିକେଟ ଆବେଦନ କରିବେ ଆଶାୟୀ

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ଏସବୁ ମଧ୍ୟରେ ଓଡ଼ିଶା ରାଜନୀତି ମଧ୍ୟ ଉଷ୍ମ ହେବାରେ ଲାଗିଛି। କେବଳ ଓଡ଼ିଶା ନୁହେଁ ସାରା ଦେଶରେ ଏହି ରେସ ଆରମ୍ଭ ହୋଇଛି। ଆଗାମୀ ନିର୍ବାଚନକୁ ନେଇ ବିଭିନ୍ନ ଦଳ ପ୍ରସ୍ତୁତି ଆରମ୍ଭ କରିଥିବାବେଳେ କଂଗ୍ରେସ ମଧ୍ୟ ଅଙ୍କକଷା ଆରମ୍ଭ କରିଛି। ତେବେ ଆଗାମୀ ନିର୍ବାଚନରେ କେଉଁ ଦଳ କାହାକୁ ଟିକେଟ ଦେବ ଏନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଏସବୁ ମଧ୍ୟରେ କଂଗ୍ରେସ ଟିକେଟ ନେଇ ପିସିସି ପ୍ରଭାରୀ ଅଜୟ କୁମାର ପ୍ରତିକ୍ରିୟା ରଖିଛନ୍ତି। ଅନଲାଇନରେ ସବୁ ତଥ୍ୟ ଦେଇ ଟିକେଟ ଆବେଦନ କରିବେ ଆଶାୟୀ। ଖୁବଶୀଘ୍ର ଟିକେଟ ଆବେଦନ କରିବାର ଇ-ଫର୍ମ ଉପଲବ୍ଧ କରାଯିବ। ଏକାଧିକ ଆଶାୟୀ ଥିଲେ ଯୋଗ୍ୟ ପ୍ରାର୍ଥୀ ନେଇ ତର୍ଜମା କରାଯିବ। ପ୍ରଦେଶ ଇଲେକ୍ସନ୍ କମିଟି ତର୍ଜମା ପରେ ସ୍କ୍ରିନିଂ କମିଟିକୁ ପଠାଯିବ। ସ୍କ୍ରିନିଂ କମିଟିର ଅନୁମୋଦନ ପରେ ଉପଯୁକ୍ତ ପ୍ରାର୍ଥୀକୁ ଟିକେଟ ମିଳିବ ବୋଲି ପିସିସି ପ୍ରଭାରୀ ଅଜୟ କୁମାର ପ୍ରତିକ୍ରିୟା ରଖିଛନ୍ତି।

Leave A Reply

Your email address will not be published.