Odisha Link
Bridging the Missing Links in Odisha

୪୨ ଡିଗ୍ରୀ ଛୁଇଁଲା ଦିନର ତାପାମାତ୍ରା; ୪୦ ଡିଗ୍ରୀ ଉପରେ ୧୧ ସହର

ଓଏଲ୍‌ ବ୍ୟୁରୋ: ଦିନକୁ ଦିନ ରାଜ୍ୟରେ ବଢି ଚାଲିଛି ଦିନର ତାପମାତ୍ରା। ସାରା ରାଜ୍ୟରେ ପରିଲକ୍ଷିତ ହୋଇଛି ଅସମ୍ଭାଳ ତାତି। ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଏପରି ତାତି ଲାଗି ରହି ପାରେ। ଆଉ କିଛି ଜିଲ୍ଲାରେ ହିଟ୍‌ ୱେଭ୍‌ ଜାରି ହେବାର ସମ୍ଭାବନା ରହିଛି। ଏଥିସହିତ ଆଜି ରାଜ୍ୟର ୧୧ଟି ସହରରେ ଦିନର ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଅଧିକ ତାପାମାତ୍ରା ରେକର୍ଡ ହୋଇଛି। ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର, ଭୁବନେଶ୍ବର।

ପାଣିପାଗ ବିଭାଗରୁ ଦିଆଯାଇଥିବା ଅନୁଯାୟୀ ମାଲକାନଗିରି ଏବଂ ବୌଦ୍ଧରେ ଚଳିତ ସିଜିନର ସର୍ବୋଚ୍ଛ ଦୈନିକ ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହିତ ୧୧ଟି ସହରର ତାପମାଁ ତାପମାତ୍ରା ବୃଦ୍ଧି ସମ୍ଭାବନା ରହିଥିବା ପାଣିପାଗ ବିଭାଗ ଆକଳନ କରିଛି।

କେଉଁ ସହରରେ କେତେ ରହିଛି ଆଜିର ତାପମାତ୍ରା, ଜାଣନ୍ତୁ:

ବାଲେଶ୍ବର: ୩୫.୨ ଡିଗ୍ରୀ
ଚାନ୍ଦବାଲି: ୩୮.୬ ଡିଗ୍ରୀ
କଟକ: ୩୮.୦ ଡିଗ୍ରୀ
ପାରାଦୀପ: ୩୨.୮ ଡିଗ୍ରୀ
ଭୁବନେଶ୍ବର: ୩୭.୪ ଡିଗ୍ରୀ
ଗୋପାଳପୁର: ୩୧ ଡିଗ୍ରୀ
ପୁରୀ: ୩୨.୮ ଡିଗ୍ରୀ
ଅନୁଗୁଳ: ୪୧.୭ ଡିଗ୍ରୀ
ବାରିପଦା: ୩୭.୬ ଡିଗ୍ରୀ
ଝାରସୁଗୁଡ଼ା: ୪୧.୬ ଡିଗ୍ରୀ
କେନ୍ଦୁଝର: ୩୯.୦ ଡିଗ୍ରୀ
ସମ୍ବଲପୁର: ୩୯.୮ ଡିଗ୍ରୀ
ସୁନ୍ଦରଗଡ଼: ୪୦.୧ ଡିଗ୍ରୀ
ହୀରାକୁଦ: ୩୯.୬ ଡିଗ୍ରୀ
ତାଳଚେର: ୪୦ ଡିଗ୍ରୀ
ଭବାନୀପାଟଣା: ୪୧.୦ ଡିଗ୍ରୀ
ବଲାଙ୍ଗିର: ୪୧.୭ ଡିଗ୍ରୀ
କୋରାପୁଟ: ୩୬.୬ ଡିଗ୍ରୀ
ଫୁଲବାଣୀ: ୩୯.୧ ଡିଗ୍ରୀ
ଟିଟଲାଗଡ଼: ୪୧.୦ ଡିଗ୍ରୀ
ମାଲକାନଗିରି: ୪୨.୦ ଡିଗ୍ରୀ
ସୋନପୁର: ୩୯.୯ ଡିଗ୍ରୀ
ଦାରିଙ୍ଗବାଡ଼ି: ୩୬.୫ ଡିଗ୍ରୀ
ନୟାଗଡ଼: ୩୯.୧ ଡିଗ୍ରୀ
ବୌଦ୍ଧ: ୪୨.୦ ଡିଗ୍ରୀ
ଛତ୍ରପୁର: ୩୭.୦ ଡିଗ୍ରୀ
ପାରଳାଖେମୁଣ୍ଡି: ୩୮.୮ ଡିଗ୍ରୀ
ରାୟଗଡ଼ା: ୩୯.୪ ଡିଗ୍ରୀ
ଭଦ୍ରକ: ୩୮.୨ ଡିଗ୍ରୀ
ଯାଜପୁର: ୩୭.୫ ଡିଗ୍ରୀ
ଢେଙ୍କାନାଳ: ୩୭.୯ ଡିଗ୍ରୀ
ବରଗଡ଼: ୩୮.୮ ଡିଗ୍ରୀ
ଦେବଗଡ଼: ୩୭.୪ ଡିଗ୍ରୀ
ନୂଆପଡ଼ା: ୪୦.୪ ଡିଗ୍ରୀ
ନବରଙ୍ଗପୁର: ୩୯.୦ ଡିଗ୍ରୀ
ଖୋର୍ଦ୍ଧା: ୩୮.୫ ଡିଗ୍ରୀ
ଜଗତସିଂହପୁର: ୩୬.୨ ଡିଗ୍ରୀ
କେନ୍ଦ୍ରାପଡ଼ା: ୩୬.୮ ଡିଗ୍ରୀ
ରାଉରକେଲା: ୪୦.୨ ଡିଗ୍ରୀ

Leave A Reply

Your email address will not be published.