ଗଣଶିକ୍ଷା ବିଭାଗର ଅଭିନବ ପ୍ରୟାସ; ଏଣିକି ସ୍କୁଲରେ ବାଜିବ ଜଳ ବିରତି ଘଣ୍ଟି

ଓଏଲ୍ ବ୍ୟୁରୋ: ଦିନକୁ ଦିନ ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି। ସାରା ରାଜ୍ୟରେ ପରିଲକ୍ଷିତ ହୋଇଛି ଅସମ୍ଭାଳ ତାତି। ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଏପରି ତାତି ଲାଗି ରହି ପାରେ। ଆଉ କିଛି ଜିଲ୍ଲାରେ ହିଟ୍ ୱେଭ୍ ଜାରି ହେବାର ସମ୍ଭାବନା ରହିଛି। ଏସବୁ ମଧ୍ୟରେ ସବୁଠୁ ବେଶୀ ଚିନ୍ତାର ବିଷୟ ପାଲଟିଛି ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା। ରାଜ୍ୟରେ ସକାଳୁଆ ସ୍କୁଲ ସମୟ ଆରମ୍ଭ ହୋଇଥିବାବେଳେ ପିଲାମାନେ କିପରି ଅଂଶୁଘାତରୁ ଦୁରେଇ ରହିବେ ସେ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଅଭିନବ ପ୍ରୟାସ କରାଯାଇଛି। ଏଣିକି ସ୍କୁଲରେ ବାଜିବ ଜଳ ବିରତି ଘଣ୍ଟି। ପିଲାମାନେ ଘଣ୍ଟି ଶବ୍ଦ ଶୁଣିବା ପରେ ପାଣି ପିଇବାକୁ ସତର୍କ ହେବେ। ସକାଳ ୮.୩୦, ୧୦ଟା ଏବଂ ୧୧ଟା ସମୟରେ ଏହି ଘଣ୍ଟି ବାଜିବ। ଛାତ୍ରଛାତ୍ରୀ ନିୟମିତ ବ୍ୟବଧାନରେ ପାଣି ପିଇବେ।