Odisha Link
Bridging the Missing Links in Odisha

କେବଳ କାର-ଖାନା ନୁହେଁ; ଏଥର ବିଜେପି ଶିବିରରେ ନଜର ଆସିବେ ଦୁଇ ଚର୍ଚ୍ଚିତ ମହିଳା

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ରାଜନୈତିକ ଚର୍ଚ୍ଚା। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ନିର୍ବାଚନକୁ ନଜରରେ ରଖି ସମସ୍ତ ଛାମୁଆ ଦଳ ଆରମ୍ଭ କରି ସାରିଲେଣି ଅଙ୍କକଷା। ବର୍ତ୍ତମାନର ଶାସକ ଦଳ ବିଜୁ ଜନତା ଦଳ ପୁଣିଥରେ ଶାସନ ଗାଦିରେ ବସିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଚେହେରାକୁ ନେଇ ନିର୍ବାଚନ ଲଢେଇ ଆରମ୍ଭ ହୋଇଛି। ଏହାରି ମଧ୍ୟରେ ନେତାଙ୍କ ଦଳ ଡିଆଁ ପର୍ବ ମଧ୍ୟ ଜାରି ରହିଛି।

ଏସବୁ ମଧ୍ୟରେ ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଛି ରୋଷେଇରୁ ରାଜନୀତି। ଖାଦ୍ୟ ପରଷୁ ଥିବା ରାଜଧାନୀର ଦୁଇ ଚର୍ଚିତ ମହିଳା ଏବେ ରାଜନୀତିରେ ପାଦ ଦେଇଛନ୍ତି। କିଛି ଦିନ ହେବ କାର-ଖାନାର ଖାଦ୍ୟକୁ ନେଇ ଚର୍ଚ୍ଚାରେ ଥିବା ଦୁଇ ଯା’ ଏବେ ବିଜେପିରେ ସାମିଲ ହୋଇଛନ୍ତି। ବିଜେପିରେ ସାମିଲ ହେବା ପରେ ସେ କହିଛନ୍ତି, ରାଜନୀତିରେ ସାମିଲ ହେବା ପରେ ବି ସେ ନିଜର ଖାଦ୍ୟ ପରସା ବନ୍ଦ କରିବେ ନାହିଁ ବରଂ ତା ସହିତ ମହିଳାଙ୍କୁ ସହଯୋଗ ଏବଂ ଲୋକଙ୍କ ସେବା କରିବେ। ରୋଷେଇରୁ ରାଜନୀତିରେ ପାଦ ଥାପିଥିବା ଦୁଇ ଯା’ ନେହା ଓ ରଶ୍ମିତା ବିଜେପିରେ ସାମିଲ ହେବା ପରେ ସେମାନଙ୍କୁ ନୂଆ ସୁଯୋଗ ମିଳିଥିବା କହିଛନ୍ତି।

Leave A Reply

Your email address will not be published.