Odisha Link
Bridging the Missing Links in Odisha

ପଦ୍ମ ଧରିଲେ ପୂର୍ବତନ ମହିଳା କମିଶନର; କାହିଁକି ବିଜେଡିରୁ ଫେରାଇଲେ ମୁହଁ?

ଓଏଲ୍‌ ବ୍ୟୁରୋ: ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ନିର୍ବାଚନକୁ ନଜରରେ ରଖି ସମସ୍ତ ଛାମୁଆ ଦଳ ଆରମ୍ଭ କରି ସାରିଲେଣି ଅଙ୍କକଷା। ବର୍ତ୍ତମାନର ଶାସକ ଦଳ ବିଜୁ ଜନତା ଦଳ ପୁଣିଥରେ ଶାସନ ଗାଦିରେ ବସିବା ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଚେହେରାକୁ ନେଇ ନିର୍ବାଚନ ଲଢେଇ ଆରମ୍ଭ ହୋଇଛି। ଏହାରି ମଧ୍ୟରେ ନେତାଙ୍କ ଦଳ ଡିଆଁ ପର୍ବ ମଧ୍ୟ ଜାରି ରହିଛି।

ଏସବୁ ଭିତରେ ପଦ୍ମ ଧରିଲେ ପୂର୍ବତନ ମହିଳା କମିଶନର ଜ୍ୟୋତି ପାଣିଗ୍ରାହୀ। ନିକଟରେ ବିଜେଡିରୁ ଇସ୍ତଫା ଦେଇଥିଲେ ପୂର୍ବତନ ମହିଳା କମିଶନର। ପୂର୍ବତନ ମହିଳା କମିଶନର ଜ୍ୟୋତି ପାଣିଗ୍ରାହୀଙ୍କ ସ୍ବାମୀ ସରୋଜ ପାଣିଗ୍ରାହୀ ବି ବିଜେପିରେ ସାମିଲ ହୋଇଛନ୍ତି। ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି। ସେମାନେ ଦଲର ସୁପ୍ରୀମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନେକଥର ଭେଟିବାକୁ ଚେଷ୍ଟାକରି ବିଫଳ ହେବାପରେ ଦଳପ୍ରତି ବିମୁଖ ହୋଇ ବିଜେଡି ଦଳ ତ୍ୟାଗ କରିଥିବା ପୂର୍ବରୁ ନିଜ ଇସ୍ତଫାପତ୍ରରେ ଉଲ୍ଲେଖ କରିଥିଲେ।

Leave A Reply

Your email address will not be published.