Odisha Link
Bridging the Missing Links in Odisha

ରାଜ୍ୟ ସରକାରଙ୍କ ନୂଆ ପ୍ରୟାସ; ରାଜ୍ୟରେ ପ୍ରତିଷ୍ଠା ହେବ ବିପର୍ଯ୍ୟୟ ଅନୁଭୂତି ଶିକ୍ଷଣ କେନ୍ଦ୍ର

ଓଏଲ୍‌ ବ୍ୟୁରୋ: ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାର ଆଉ ପାଦେ ଆଗକୁ ବଢ଼ିଛନ୍ତି। ରାଜ୍ୟରେ ‘ବିପର୍ଯ୍ୟୟ ଅନୁଭୂତି ଶିକ୍ଷଣ କେନ୍ଦ୍ର’ ପ୍ରତିଷ୍ଠା ହେବାକୁ ଯାଉଛି। ଗୋଠପାଟଣାଠାରେ ନିର୍ମାଣାଧୀନ ଷ୍ଟେଟ ଇନଷ୍ଟିଚ୍ୟୁଟ ଅଫ୍ ଡିଜାଷ୍ଟର ମ୍ୟାନେଜମେଣ୍ଟ(ଏସାଆଇଡିଏମ୍) ଠାରେ ଏହି କେନ୍ଦ୍ର ପ୍ରତିଷ୍ଠା ହେବ। ଏଥିପାଇଁ ବିଶ୍ବବ୍ୟାଙ୍କ ପକ୍ଷରୁ ସହାୟତା ଯୋଗାଇ ଦିଆଯିବ। ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ବସିଥିବା ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଏନେଇ ବିଶଦ ଆଲୋଚନା ହୋଇଛି।

ଜାପାନର ରାଜଧାନୀ ଟୋକିଓ ଠାରେ ଏପରି ଏକ ଅନୁଭୂତି ଶିକ୍ଷଣ କେନ୍ଦ୍ର ରହିଛି। ବାତ୍ୟା ପ୍ରବଣ ଓଡ଼ିଶାରେ ଜନସାଧାରଣଙ୍କୁ କିପରି ଏ ସମ୍ପର୍କିତ ଆଗୁଆ ତଥ୍ୟ ଦିଆଯାଇପାରିବ, ତାହା ଏହି କେନ୍ଦ୍ର ପ୍ରତିଷ୍ଠାର ଆଭିମୁଖ୍ୟ ଅଟେ। ମୁଖ୍ୟତଃ ବାତ୍ୟା ଅଭିଜ୍ଞତା କରିନଥିବା ବା ବାତ୍ୟା ସଂପର୍କରେ ଜାଣିନଥିବା ଲୋକେ ବାତ୍ୟାର ଭୟାଭୟତା ବୁଝି ପାରିନଥାନ୍ତି। ଏହି କେନ୍ଦ୍ରକୁ ଭ୍ରମଣରେ ଆସିବାକୁ ଥିବା ଲୋକେ ଗୋଟିଏ ଘର ଭିତରେ ବାତ୍ୟା ସମ୍ପର୍କରେ ସମ୍ପୂର୍ଣ୍ଣ ଅନୁଭୂତି ପାଇପାରିବେ ବୋଲି ଜଣାପଡିଛି ।

Leave A Reply

Your email address will not be published.