Odisha Link
Bridging the Missing Links in Odisha

ବିଶ୍ଵ ଐତିହ୍ୟ ଦିବସ; ଆଜି ବିନା ଶୁଳ୍କରେ କୋଣାର୍କ ପରିଦର୍ଶନ କରିପାରିବେ ପର୍ଯ୍ୟଟକ

ଓଏଲ୍‌ ବ୍ୟୁରୋ: ଆଜି ବିଶ୍ବ ଐତିହ୍ୟ ଦିବସ ବା ଅନ୍ତର୍ଜାତୀୟ ସ୍ମାରକୀ ଓ ସ୍ଥଳୀ ଦିବସ। ଏହି ଅବସରରେ ଏଏସଆଇ ପକ୍ଷରୁ ଏକ ବିଶେଷ ଘୋଷଣା କରାଯାଇଛି। ଏଏସଆଇ ଅଧିନସ୍ଥ ସମସ୍ତ ଐତିହ୍ୟ ସ୍ଥଳରେ ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି। ଯାହା ଦ୍ୱାରା ଆଜି କୋଣାର୍କ ମନ୍ଦିରରେ ପର୍ଯ୍ୟଟକଙ୍କ ପାଇଁ ସକାଳ ୬ଟାରୁ ସାନ୍ଧ୍ୟ ୭ଟା ପର୍ଯ୍ୟନ୍ତ ପ୍ରବେଶ ଶୁଳ୍କ ଛାଡ଼ କରାଯାଇଥିବା ଏଏସଆଇ ପକ୍ଷରୁ ଘୋଷଣା କରାଯାଇଛି।

ପ୍ରତିବର୍ଷ ଏପ୍ରିଲ ୧୮ରେ ବିଶ୍ୱ ଐତିହ୍ୟ ଦିବସ ପାଳନ କରାଯାଏ। ଏହି ଦିବସ ପାଳନର ଉଦ୍ଦେଶ୍ୟ ମାନବ ସଭ୍ୟତା ସହ ଜଡ଼ିତ ଐତିହାସିକ ସ୍ଥାନଗୁଡ଼ିକର ସଂରକ୍ଷଣ ପାଇଁ ସମଗ୍ର ବିଶ୍ୱରେ ସଚେତନତା ସୃଷ୍ଟି। ୧୯୮୨ରେ ଇଣ୍ଟରନ୍ୟାଶନାଲ କାଉନ୍‌ସିଲ ଅନ୍‌ ମନୁମେଣ୍ଟ୍‌ସ(ଆଇସିଓଏମ୍‌ଓଏସ୍‌) ଦ୍ୱାରା ବିଶ୍ୱ ଐତିହ୍ୟ ଦିବସ ଆରମ୍ଭ ହୋଇଥିଲା। ପ୍ରଥମ ବିଶ୍ୱ ଐତିହ୍ୟ ଦିବସ ଟ୍ୟୁନିସିଆରେ ପାଳନ କରାଯାଇଥିଲା। ଏହାପରେ ୧୯୮୩ରେ ଏହା ‘ମିଳିତ ଜାତିସଂଘର ଶିକ୍ଷା, ବୈଜ୍ଞାନିକ ଏବଂ ସାଂସ୍କୃତିକ ସଂଗଠନ’(ୟୁନେସ୍କୋ)ର ଅନୁମୋଦନ ଲାଭକଲା। ୧୯୮୩ ପରଠାରୁ ପ୍ରତିବର୍ଷ ଏକ ଭିନ୍ନ ଥିମ ସହିତ ବିଶ୍ୱ ଐତିହ୍ୟ ଦିବସ ପାଳନ କରାଯାଏ। ଚଳିତ ବର୍ଷ ବିଶ୍ୱ ଐତିହ୍ୟ ଦିବସର ଥିମ ରହିଛି, ବିବିଧତା ଆବିଷ୍କାର ଏବଂ ଅନୁଭବ କର।

Leave A Reply

Your email address will not be published.