Odisha Link
Bridging the Missing Links in Odisha

ନିର୍ବାଚନୀ ଇସ୍ତାହାର: ଘୋଷଣା ପୂର୍ବରୁ ଲୋକଙ୍କ ମତାମତ ମାଗିଲା ବିଜେଡି

ଓଏଲ୍‌ ବ୍ୟୁରୋ: ବାଜି ସାରିଛି ନିର୍ବାଚନୀ ବିଗୁଲ। ପ୍ରଚାରରେ କମ୍ପୁଛି ନିର୍ବାଚନୀ ମାହୋଲ। ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ପଡ଼ିବ ଭୋଟ୍। ଆଜିଠୁ ବୁଥ୍ ଅଭିମୁଖେ ଯିବେ ପୁଲିଂ ପାର୍ଟି। ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍ ୧୦୨ ସିଟ୍ ପାଇଁ ଭୋଟିଂ ହେବ। ସେହିପରି ଦେଶରେ ଚତୁର୍ଥ ପର୍ଯ୍ୟାୟ ଓ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ମେ’ ୧୩ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ନିର୍ବାଚନକୁ ନଜରରେ ବିଜୁ ଜନତା ଦଳ ନିର୍ବାଚନୀ ଇସ୍ତାହାର ଘୋଷଣା କରିବା ପୂର୍ବରୁ ଲୋକଙ୍କ ମତାମତ ମାଗିଛି। ଲୋକଙ୍କ ମତାମତ ଆଧାରରେ ନିର୍ବାଚନ ଇସ୍ତାହାର ପ୍ରସ୍ତୁତ ହେବା ନେଇ କହିଲେ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ କହିଛନ୍ତି।

ଅନ୍ୟପଟେ, ପ୍ରଥମ ପର୍ଯ୍ୟାୟରେ ୪ଟି ସଂସଦୀୟ କ୍ଷେତ୍ର କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ସମେତ ଏହା ଅଧୀନସ୍ଥ ୨୮ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନ ହେବ। ଏଥି ପାଇଁ ନିର୍ବାଚନ କମିସନଙ୍କ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି ‌ଶେଷ ହୋଇଛି।

ଜାଣନ୍ତୁ କେଉଁଠି, କେବେ ମତଦାନ?

ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ: ଜାଣନ୍ତୁ କେଉଁଠି, କେବେ ମତଦାନ?

Leave A Reply

Your email address will not be published.