Odisha Link
Bridging the Missing Links in Odisha

ସକାଳୁ ସକାଳୁ ୩୬ ଡିଗ୍ରୀ ଛୁଇଁଲାଣି ତାପମାତ୍ରା, ତାଳଚେର ସବୁଠୁ ଉତ୍ତପ୍ତ ସହର

ଓଏଲ୍‌ ବ୍ୟୁରୋ: ଦିନକୁ ଦିନ ବଢ଼ିବାରେ ଲାଗିଛି ତାପାମାତ୍ରା। ଗତ ୧୦ ଦିନ ଧରି ଲାଗି ରହିଛି ଅବିରତ ଅଗ୍ନି ବର୍ଷା। ଆଜିବି ସକାଳୁ ଅସହ୍ୟ ତାତି ଅନୁଭୂତ ହୋଇଛି। ସକାଳ ସାଢ଼େ ୮ଟା ସୁଦ୍ଧା ୩୫ ଡିଗ୍ରୀ ଛୁଇଁଛି ପାରଦ। ୩୬ ଡିଗ୍ରୀ ସହିତ ତାଳଚେର ସବୁଠୁ ଉତ୍ତପ୍ତ ସହର ପାଲଟିଛି।

ସେହିପରି ସକାଲ ସାଢ଼େ ୮ଟା ସୁଦ୍ଧା ଅନୁଗୁଳ, ବାଲେଶ୍ବରରେ ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଭୁବନେଶ୍ବରରେ ୩୪.୩, ଜଗତସିଂହପୁରରେ ୩୪ ଡିଗ୍ରୀ, ଚାନ୍ଦବାଲିରେ ୩୩.୮,ଭଦ୍ରକରେ ୩୩.୭, ଭବାନୀପାଟଣାରେ ୩୩.୫ ଡିଗ୍ରୀ ତାପାମାତ୍ରା ରେକର୍ଡ ହୋଇଛି।

ଅନ୍ୟପଟେ ପ୍ରଚଣ୍ଡ ତାତି ଯୋଗୁ ରାଜ୍ୟରେ ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ସ୍ବାସ୍ଥ୍ୟବିଭାଗର ତଥ୍ୟ କହୁଛି,୨୨ ତାରିଖ ସୁଦ୍ଧା ୧୬ ଜିଲ୍ଲାରୁ ୧୨୪ ଜଣ ଅଂଶୁଘାତର ଶିକାର ହୋଇ ହସ୍ପିଟାଲରେ ଚିକିତ୍ସିତ ହୋଇଛନ୍ତି। ସେମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି। ତେବେ ବାସ୍ତବସ୍ଥିତି ଆହୁରି ସଙ୍ଗୀନ ଥିବା ଜଣାପଡ଼ିଛି। ପ୍ରତିଦିନ ଶହ ଶହ ଲୋକ ହିଟ୍‌ ଷ୍ଟ୍ରୋକ୍‌ରେ ଅସୁସ୍ଥ ହେଉଥିବା ଖବର ମିଳିଛି।

Leave A Reply

Your email address will not be published.