Odisha Link
Bridging the Missing Links in Odisha

ସାଂସଦଙ୍କ ଘର ପାଖରେ ଖସି ପଡ଼ିଲା ଡ୍ରୋନ୍‌; ପୁଲିସ ପକ୍ଷରୁ ତଦନ୍ତ ଜାରି

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ନିର୍ବାଚନୀ ତାତି ଭିତରେ ଚର୍ଚ୍ଚା ବଢ଼ାଇଛି ସନ୍ଦିଗ୍ଧ ଡ୍ରୋନ୍। ସାଂସଦ ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍ ଖସି ପଡିଥିବା ଖବର ସାମ୍ନାକୁ ଆସିଛି। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ପଡ଼ିଲା। ସନ୍ଦିଗ୍ଧ ଡ୍ରୋନ୍ କାହାର ଜଣାପଡ଼ିନଥିବାବେଳେ ବେଲପାହାଡ଼ ପୁଲିସ ଛାନଭିନ୍ ଆରମ୍ଭ କରିଛି। ତେବେ ଏହି ଡ୍ରୋନ୍‌କୁ ନେଇ ସନ୍ଦେହ ପ୍ରକାଶ କଲେ ସାଂସଦ ସୁରେଶ ପୂଜାରୀ। କିଏ, କେଉଁ ଉଦ୍ଦେଶ୍ୟ ନେଇ ଏହାକୁ ଅପରେଟ କରୁଥିଲା ତାହା ସନ୍ଦେହ ଘେରକୁ ଆସିଛି। ଏ ସଂପର୍କରେ ଏସ୍‌ପିଙ୍କୁ ଜଣାଇବା ପରେ ପୁଲିସ ପହଞ୍ଚି ତଦନ୍ତ କରୁଥିବା ସାଂସଦ ସୁରେଶ ପୂଜାରୀ କହିଛନ୍ତି।