Odisha Link
Bridging the Missing Links in Odisha

ରାଜ୍ୟରେ ବଢ଼ିଲା ତାତି; ଝାରସୁଗୁଡ଼ା ପାଲଟିଲା ସବୁଠୁ ଉତ୍ତପ୍ତ ସହର

ଓଏଲ୍‌ ବ୍ୟୁରୋ: ଦିନକୁ ଦିନ ବଢ଼ିବାରେ ଲାଗିଛି ତାପାମାତ୍ରା। ଗତ ୧୦ ଦିନ ଧରି ଲାଗି ରହିଛି ଅବିରତ ଅଗ୍ନି ବର୍ଷା। ଆଜିବି ସକାଳୁ ଅସହ୍ୟ ତାତି ଅନୁଭୂତ ହୋଇଛି। ଆସନ୍ତା ୫ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରାରେ ୪ରୁ ୬ ଡିଗ୍ରୀ ଯାଏଁ ବୃଦ୍ଧି ପାଇବ। ଗ୍ରୀଷ୍ମ ପ୍ରବାହ(ହିଟ୍‌ୱେଭ୍‌)ରୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ(ସିଭିଅର ହିଟ୍‌ୱେଭ୍‌) ଜାରି ରହିବାର ସମ୍ଭାବନା ରହିଛି। ସକାଳ ସାଢ଼େ ୮ଟା ସୁଦ୍ଧା ପାରଦ ୩୬ ଡିଗ୍ରୀ ଛୁଇଁଥିବାବେଳେ ୨.୩୦ରେ ୪୩ଡିଗ୍ରୀ ଟପିଛି ତାପମାତ୍ରା।

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କାରଣରୁ ଝାରସୁଗୁଡ଼ାରେ ସର୍ବାଧିକ ୪୩.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ରାଜଧାନୀ ଭୁବନେଶ୍ୱର, ସମ୍ବଲପୁର ଓ ହୀରାକୁଦ ୪୨.୨ ତାପମାତ୍ରା ରେକର୍ଡ ହୋଇଥିବାବେଳେ କେନ୍ଦୁଝର ଓ ଚାନ୍ଦବାଲି ୪୧.୮, ରାଉରକେଲା ୪୧.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ତାମତରକୁ ନଜରରେ ରଖି ଆସନ୍ତା ୨୪ଘଣ୍ଟା ପାଇଁ ୧୭ ଜିଲ୍ଲାକୁ ହିଟୱେଭ୍‌ ୱାର୍ଣ୍ଣିଂ କରିଛି। ଗଜପତି ଓ ଗଞ୍ଜାମ ପାଇଁ ସିଭିୟର ହିଟ୍‌ଓ୍ବେଭ୍‌ ଆଲର୍ଟ କରାଯାଇଛି। ଏହା ସହ ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଅନୁଗୁଳ, ବଲାଙ୍ଗିର, ବୌଦ୍ଧ, ନୂଆପଡ଼ା, କନ୍ଧମାଳ, ଖୋର୍ଦ୍ଧା, କଟକ ଓ ଢେଙ୍କାନାଳରେ ତାତିକୁ ଚେତାବନୀ ଦିଆଯାଇଛି।

Leave A Reply

Your email address will not be published.