Odisha Link
Bridging the Missing Links in Odisha

ଦୁର୍ଘଟଣାଗ୍ରସ୍ତ ହେଲା ଭାରତୀୟ ବାୟୁସେନା ବିମାନ; ଅଳ୍ପକେ ବର୍ତ୍ତିଲେ ପାଇଲଟ

ଓଏଲ୍ ବ୍ୟୁରୋ: ପୁଣି ଭାରତୀୟ ବାୟୁସେନାର ବିମାନ ଆଜି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ତେବେ ଜୈସଲମେରରେ ଏହି ଦୁର୍ଘଟଣା ହୋଇଥିବାବେଳେ କୌଣସି କର୍ମଚାରୀ କିମ୍ବା କୌଣସି କ୍ଷୟକ୍ଷତି ହୋଇନାହିଁ। ଦୁର୍ଘଟଣାର କାରଣ ଜାଣିବା ପାଇଁ ଏକ କୋର୍ଟ ଅଫ୍ ଇନକ୍ୱାରୀ ଗଠନ କରାଯାଇଥିବା ଭାରତୀୟ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ, ଗତ ମାର୍ଚ୍ଚ ୨୪ରେ ରାଜସ୍ଥାନ ଜୈସଲମେରରେ ଭାରତୀୟ ସେନାର ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଜୈସେଲମେରର ଜବାହାର ନଗରରେ ଘଟିଥିଲା ଏଭଳି ଦୁର୍ଘଟଣା। ତେବେ ଏହି ଦୁର୍ଘଟଣାରେ ପାଇଲଟ କିନ୍ତୁ ନିଜ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲେ। ସଠିକ୍ ସମୟରେ ପାଇଲଟ ଜଣକ ପ୍ଲେନରୁ ଡେଇଁ ପଡିବା କାରଣରୁ ତାଙ୍କ ଜୀବନ ବଞ୍ଚିଯାଇଥିଲା।

Leave A Reply

Your email address will not be published.