Odisha Link
Bridging the Missing Links in Odisha

ତାତିରୁ ମିଳିବ ଆଶ୍ୱସ୍ତି; କାଳବୈଶାଖୀ ନେଇ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଓଏଲ୍‌ ବ୍ୟୁରୋ: ଦିନକୁ ଦିନ ବଢ଼ିବାରେ ଲାଗିଛି ତାପାମାତ୍ରା। ଭୀଷଣ ହେଉଛି ଗ୍ରୀଷ୍ମକୋପ। ଆକାଶରୁ ହେଉଛି ଅଗ୍ନିବର୍ଷା। ଏହାରି ଭିତରେ କାଳବୈଶାଖୀ ଦେଇଛି ସାମାନ୍ୟ ଆଶ୍ୱସ୍ତି। କଟକ, ଭୁବନେଶ୍ୱରରେ ମେଘୁଆ ପାଗ ସହ ଝିପିଝିପି ବର୍ଷା ଆରମ୍ଭ ହୋଇଥିବାବେଳେ କାଳବୈଶାଖୀ ବର୍ଷା ଅସହ୍ୟ ଗ୍ରୀଷ୍ମ ପ୍ରବାହରୁ ଆଶ୍ୱସ୍ତି ଦେଇଛି । ଏହା ସହ ଆଗାମୀ ୩ ଘଣ୍ଟା ପାଇଁ କାଳବୈଶାଖୀ ଓ ବଜ୍ରପାତ ନେଇ ୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼, କଟକ, କନ୍ଧମାଳ ଓ ଢେଙ୍କାନାଳକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି ହୋଇଛି।