Odisha Link
Bridging the Missing Links in Odisha

ଦେଶରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ; କାଲି ପଡ଼ିବ ଭୋଟ୍

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ଦେଶର ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଏହି ପର୍ଯ୍ୟାୟରେ ଆସାମ, ବିହାର, ଛତିଶଗଡ, ଦାଦ୍ରା ଓ ନଗର ହାବେଳି ଏବଂ ଡାମନ ଓ ଡିଉ, ଗୋଆ, ଗୁଜରାଟ, ଜମ୍ମୁ-କାଶ୍ମୀର, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ମତଦାନ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି।

ଏହି ପର୍ଯ୍ୟାୟରେ ଅନେକ ହେଭିୱେଟଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଶିବରାଜ ସିଂହ ଚୌହ୍ୱାନ, ସୁପ୍ରିୟା ସୁଲେ ଓ ଡିମ୍ପଲ ଯାଦବଙ୍କ ପରି ହେଭିୱେଟଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ଗୁଜରାଟ ଗାନ୍ଧୀନଗରରୁ ଲଢୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ଦ୍ୱିତୀୟ ଥର ପାଇଁ ଶାହ ଏହି ଆସନରେ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି। ସେହିପରି ଗୁନା ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ। ବିଦିଶା ଆସନରୁ ନିର୍ବାଚନ ଲଢୁଛନ୍ତି ଶିବରାଜ ସିଂହ ଚୌହ୍ୱାନ।