ଖଣ୍ଡପଡ଼ା: ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ବିଧାୟିକା ପ୍ରାର୍ଥୀ ସାବିତ୍ରୀ ପ୍ରଧାନ

ଓଏଲ୍ ବ୍ୟୁରୋ: ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ସରଗରମ ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ଦଳ ପକ୍ଷରୁ ମହିଳା କାର୍ଡ ଖେଳିଛନ୍ତି। ଭାପୁର ବ୍ଲକ ଅଧ୍ଯକ୍ଷା ସାବିତ୍ରୀ ପ୍ରଧାନଙ୍କୁ ବିଜେଡି଼ ଟିକେଟ ଦେଇଛି। ସାବିତ୍ରୀ ପ୍ରଧାନ ଏବେ ଭାପୁର ବ୍ଲକ ଅଧ୍ଯକ୍ଷା ଦାୟିତ୍ବରେ ଅଛନ୍ତି। ଖଣ୍ଡପଡ଼ା ରାଜନିତୀରେ ଏବେ ରୋଚକ ସ୍ଥିତିରେ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ମାନଙ୍କୁ ଆଗ୍ରାଧିକାର ଦେବା ପାଇଁ ସେ ମହିଳା ପ୍ରାର୍ଥୀ ଘୋଷଣା କରିଛନ୍ତି। ଆଜି ବିଜେଡିର ମହିଳା ପ୍ରାର୍ଥୀ ସାବିତ୍ରୀ ପ୍ରଧାନ ଖଣ୍ଡପଡ଼ା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି।
ସୂଚନା ଅନୁସାରେ, ସାବିତ୍ରୀ ପ୍ରଧାନ ଖଣ୍ଡପଡ଼ା ଆସନରୁ ନାମାଙ୍କନପତ୍ର ଦାଖଲ କରିବା ପୂର୍ବରୁ ଫତେଗଡ଼ରେ ଥିବା ରାମ ମନ୍ଦିର ଦର୍ଶନ କରି ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସହର ପରିକ୍ରମ କ୍ରମା କରି ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହି କାର୍ଯ୍ୟକ୍ରମରେ କଟକ ଲୋକସଭା ସାଂସଦ ପ୍ରାର୍ଥୀ ସଂପୃକ୍ତ ମିଶ୍ର, ବିଭିନ୍ନ ଜିଲ୍ଲା ପରିଷଦ ଓ ଓ ଅନେକ ପଞ୍ଚାୟତର ସରପଞ୍ଚ ଓ ସମିତି ଯୋଗ ଦେଇଥିଲେ। ହଜାର ହଜାର କର୍ମୀଙ୍କ ସହ ସାବିତ୍ରୀ ପ୍ରଧାନ ନାମାଙ୍କନ ଦାଖଲ କରିଛନ୍ତି।