Odisha Link
Bridging the Missing Links in Odisha

ସରଗରମ ଓଡ଼ିଶା ରାଜନୀତି; ହିଞ୍ଜିଳିରେ ବିଜେଡିର ମାରାଥନ ପ୍ରଚାର

ଓଏଲ୍‌ ବ୍ୟୁରୋ: ନିର୍ବାଚନ ତାରିଖ ଯେତିକି ପାଖଉଛି ସେତେ ସରଗରମ ହେଉଛି ଓଡ଼ିଶା ରାଜନୀତି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳ କରୁଛନ୍ତି ଜୋରଦାର ପ୍ରଚାର। ରାଜ୍ୟରେ ୩ ପ୍ରମୁଖ ଦଳ ନିଜର ଜୋରଦାର ପ୍ରଚାର ଜାରି ରଖିଥିବାବେଳେ ଷ୍ଟାର ପ୍ରଚାରକ ମାନେ ନିର୍ବାଚନୀ ପ୍ରଚାରରେ ଲାଗିପଡିଛନ୍ତି। ଏସବୁ ମଧ୍ୟରେ ଆଜି ସକାଳୁ ଭି.କେ ପାଣ୍ଡିଆନ୍ ଗୋପାଳପୁର ନିକଟରେ ଥିବା ପ୍ରସିଦ୍ଧ ଶୈବପୀଠ ଧବଳେଶ୍ବର ମନ୍ଦିରର ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି।

ଧବଳେଶ୍ବର ଠାରେ ଆଖପାଖ ଅଞ୍ଚଳର ଲୋକେ ପାଣ୍ଡିଆନଙ୍କୁ ଭବ୍ୟ ସ୍ବାଗତ କରିଥିଲେ। ଏହା ପରେ ଶେରଗଡ଼ ଗୋଠଗାଁରେ ପାଣ୍ଡିଆନ ପ୍ରଚାର କରିଛନ୍ତି। ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କରିବା ସହ ବିକାଶର ହିସାବ ଦେଲେ ଭି.କେ ପାଣ୍ଡିଆନ। ଦଳୀୟ ସାଂସଦ ଏବଂ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି। ନବୀନ ପଟ୍ଟନାୟକ ଜନହିତକାରୀ ଯୋଜନାର ରୂପ ରେଖ ବଖାଣିଛନ୍ତି।

ହିଞ୍ଜିଳିରେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ପ୍ରଚାର କରିଛନ୍ତି। ଶେରଗଡ଼ ଓ ଖଲ୍ଲିକୋଟରେ ବିଶାଳ ରୋଡ୍‌ ସୋ, ମାରାଥନ ପ୍ରଚାର କରିବା ସହ ଜନସଭାକୁ ସମ୍ବୋଧନ କରିଛନ୍ତି। ବିରୋଧୀଙ୍କୁ ଟାର୍ଗେଟ କରି ଭି.କେ ପାଣ୍ଡିଆନ କହିଛନ୍ତି, କିଛି ଲୋକ ଦନରେ ସ୍ବପ୍ନ ଦେଖୁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଦୁଇଟି ଶଙ୍ଖରେ ଭୋଟ ଦିଅନ୍ତୁ। ମୁଖ୍ୟମନ୍ତ୍ରୀ ମାଆ ମାନଙ୍କୁ ସଶକ୍ତ କରୁଛନ୍ତି। ହିଞ୍ଜିଳିରୁ ମୁଖ୍ୟମନ୍ତ୍ରୀ ସ୍କୁଲ ରୂପାନ୍ତରଣ କାମ ଆରମ୍ଭ କରିଥିଲେ। ହିଞ୍ଜିଳିର ରୂପାନ୍ତରଣ ମଡେଲ ସାରା ରାଜ୍ୟରେ ଲାଗୁ ହୋଇଛି। ମନ୍ଦିର ରୂପାନ୍ତରଣ ମଧ୍ୟ ହିଞ୍ଜିଳିରୁ ଆରମ୍ଭ ହୋଇଥିଲା ।