Odisha Link
Bridging the Missing Links in Odisha

ଇଭିଏମ୍ ତ୍ରୁଟିକୁ ନେଇ ବଢୁଛି ଅସନ୍ତୋଷ, ଅନେକ ସ୍ଥାନରେ ବିଳମ୍ବରେ ଚାଲିଛି ମତଦାନ ପ୍ରକ୍ରିୟା

ଓଏଲ୍‌ ବ୍ୟୁରୋ: ଗଣତନ୍ତ୍ରର ମହାପର୍ବ ଆରମ୍ଭ ହୋଇଛି। ଆଜି ଦେଶର ଷଷ୍ଠ ପର୍ଯ୍ୟାୟ ଓ ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଓଡ଼ିଶାରେ ତୃତୀୟ ପର୍ଯ୍ୟାୟରେ ୬ ଲୋକସଭା, ୪୨ ବିଧାନସଭା ଆସନ ପାଇଁ ସକାଳ ୭ଟାରୁ ମତଦାନ କେନ୍ଦ୍ରରେ ଭୋଟରଙ୍କ ଲମ୍ବା ଲାଇନ ଲାଗିଛି। ହେଲେ ଅନେକ ସ୍ଥାନରେ ଇଭିଏମ୍ ତ୍ରୁଟିକୁ ନେଇ ଅସନ୍ତୋଷ ଦେଖା ଦେଇଛି। ଯାହାଦ୍ୱାରା ବିଳମ୍ବରେ ମତଦାନ ପ୍ରକ୍ରିୟା ଚାଲିଛି।

ଅନ୍ୟପଟେ, ଦିନ ୧ଟା ସୁଦ୍ଧା ରାଜ୍ୟରେ ୩୫.୬୯ ପ୍ରତିଶତ ମତଦାନ ହାର ରେକର୍ଡ କରାଯାଇଥିଲା। ଭୁବନେଶ୍ବରରେ ୩୩.୦୧%, କଟକରେ ୩୪.୪୦ %, ଢେଙ୍କାନାଳରେ ୩୬%, କେନ୍ଦୁଝରରେ ୩୫.୬୩%, ପୁରୀରେ ୩୭.୨୬ %, ସମ୍ବଲପୁରରେ ୩୮.୧୩ % ମତଦାନ ହାର ରେକର୍ଡ କରାଯାଇଥିଲା।

ଦିନ ୧୧ଟା ସୁଦ୍ଧା ୨୧.୩୨ ପ୍ରତିଶତ ମତଦାନ ହାର ରେକର୍ଡ ହୋଇଥିଲା। ଭୁବନେଶ୍ବରରେ ୨୦.୨୭%, କଟକରେ ୨୦. ୪୭%, ଢେଙ୍କାନାଳରେ ୨୨.୪୧%, କେନ୍ଦୁଝରରେ ୨୦.୮୯ %, ପୁରୀରେ ୨୧.୫୧ %, ସମ୍ବଲପୁରରେ ୨୧.୮୯ % ମତଦାନ ହାର ରେକର୍ଡ ହୋଇଥିଲା।

ସକାଳ ୯ଟା ସୁଦ୍ଧା ୭.୪୩ ପ୍ରତିଶତ ମତଦାନ ହାର ରେକର୍ଡ ହୋଇଥିଲା। ଭୁବନେଶ୍ବରରେ ୬.୬୫%, କଟକରେ ୭.୩୨%, ଢେଙ୍କାନାଳରେ ୭.୯୫%, କେନ୍ଦୁଝରରେ ୮.୭୪%, ପୁରୀରେ ୬.୮୭%, ସମ୍ବଲପୁରରେ ୭.୦୯% ମତଦାନ ହାର ରେକର୍ଡ ହୋଇଥିଲା।

Leave A Reply

Your email address will not be published.