Odisha Link
Bridging the Missing Links in Odisha

ଆସନ୍ତାକାଲି ପ୍ରକାଶ ପାଇବ +୨ ଫଳାଫଳ, ଜାଣନ୍ତୁ ରେଜଲ୍ଟ ଜାଣିବାର ସହଜ ଉପାୟ..

ଓଏଲ୍‌ ବ୍ୟୁରୋ: ସିବିଏସଇ ଓ ଆଇ.ସି.ଆଇ.ସି.ଆଇର ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇବ ପରେ ସିଏଚଏସସି ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ନେଇ ଅଭିଭାବକ ଚାହିଁ ବସିଛନ୍ତି। ତେବେ ଏସବୁ ମଧ୍ୟରେ ବଡ଼ ଖବର ସାମ୍ନାକୁ ଆସିଛି। ଆସନ୍ତାକାଲି ଯୁକ୍ତଦୁଇ ପରୀକ୍ଷାର ଫଳାଫଳ ପ୍ରକାଶ ପାଇବ। ଏକ ସମୟରେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଫଳାଫଳ ଜାରି କରାଯିବ ବୋଲି ଜଣାପଡ଼ିଛି। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାର ରେଜଲ୍ଟ ଆସିବ।

http://www.orissaresults.nic.inରେ ପ୍ରକାଶ ପାଇବ ରେଜଲ୍ଟ। ରେଜଲ୍ଟ ବାହାରିବା ନେଇ ସିଏଚଏସସି ପକ୍ଷରୁ ସୂଚନା ଜାରି ହୋଇଛି।

ଅନ୍ୟପଟେ, ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ରବିବାର ଦିନ ୧୦.୩୦ରେ ପ୍ରକାଶ ପାଇବ ରେଜଲ୍ଟ। ୧୧.୩୦ରେ ୱେବସାଇଟରେ ଛାତ୍ରଛାତ୍ରୀ ଦେଖିପାରିବେ ପରୀକ୍ଷା ଫଳ। ଅପରାହ୍ନ ୪ଟାରେ ଡିଜିଟାଲ ସାର୍ଟିଫିକେଟ୍ ଛାତ୍ରଛାତ୍ରୀ ଡାଉନଲୋଡ କରିବେ। ଛାତ୍ରଛାତ୍ରୀ ମାନେ http://www.bseodisha.ac.in/ ୱେବସାଇଟରେ ଯାଇ ନିଜର ପରୀକ୍ଷା ଫଳ ଦେଖିପାରିବେ। ଏନେଇ ବୋର୍ଡ ପକ୍ଷରୁ ସୂଚନା ଜାରି ହୋଇଛି। ତେବେ ଏକ ସଙ୍ଗେ ଦୁଇଟି ଫଳାଫଳ ପ୍ରକାଶ ପାଇବାକୁ ନେଇ ଅଭିଭାବକ ମଧ୍ୟରେ ଉତ୍ସାହ ଦେଖା ଦେଇଛି।

Leave A Reply

Your email address will not be published.