Odisha Link
Bridging the Missing Links in Odisha

ଦେଶରେ ଚାଲିଛି ଷଷ୍ଠ ପର୍ଯ୍ୟାୟ ନିର୍ବାଚନ, ଜାଣନ୍ତୁ କେଉଁଠି ହୋଇଛି କେତେ ମତଦାନ..

ଓଏଲ୍‌ ବ୍ୟୁରୋ: ଗଣତନ୍ତ୍ରର ମହାପର୍ବ ଆରମ୍ଭ ହୋଇଛି। ଆଜି ଦେଶର ଷଷ୍ଠ ପର୍ଯ୍ୟାୟ ଓ ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଦେଶରେ ଦିନ ୩ଟା ସୁଦ୍ଧା ଦେଶରେ ୪୯.୨% ମତଦାନ ହୋଇଛି। ବିହାରରେ ୪୫.୨୧%, ହରିଆନାରେ ୪୬.୨୬% , ଜାମ୍ମୁ-କାଶ୍ମୀରରେ ୪୪.୪୧% , ଝାଡ଼ଖଣ୍ଡରେ ୫୪.୩୪%, ଦିଲ୍ଲୀରେ ୪୪.୫୮%, ଓଡ଼ିଶାରେ ୪୮.୪୪%, ଉତ୍ତରପ୍ରଦେଶରେ ୪୩.୯୫% , ପଶ୍ଚିମବଙ୍ଗରେ ୭୦.୧୯ % ଭୋଟ ଗ୍ରହଣ ହୋଇଛି।

ସେହିଭଳି ଓଡ଼ିଶାରେ ତୃତୀୟ ପର୍ଯ୍ୟାୟରେ ୬ ଲୋକସଭା, ୪୨ ବିଧାନସଭା ଆସନ ପାଇଁ ସକାଳ ୭ଟାରୁ ମତଦାନ କେନ୍ଦ୍ରରେ ଭୋଟରଙ୍କ ଲମ୍ବା ଲାଇନ ଲାଗିଛି। ଦିନ ୩ଟା ସୁଦ୍ଧା ୪୮.୪୪ ପ୍ରତିଶତ ମତଦାନ ହାର ରେକର୍ଡ କରାଯାଇଛି। ଭୁବନେଶ୍ବରରେ ୪୨.୫୩ %, କଟକରେ ୪୩.୫୨ %, ଢେଙ୍କାନାଳରେ ୫୦.୪୦ %, କେନ୍ଦୁଝରରେ ୫୩.୨୯ %, ପୁରୀରେ ୪୮.୭୧ %, ସମ୍ବଲପୁରରେ ୫୨.୭୭% ମତଦାନ ହାର ରେକର୍ଡ କରାଯାଇଛି।

Leave A Reply

Your email address will not be published.