Odisha Link
Bridging the Missing Links in Odisha

ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ, ସନ୍ଧ୍ୟା ୫ଟା ସୁଦ୍ଧା ୫୯.୬୦ ପ୍ରତିଶତ ମତଦାନ

ଓଏଲ୍‌ ବ୍ୟୁରୋ: ଗଣତନ୍ତ୍ରର ମହାପର୍ବ ଆରମ୍ଭ ହୋଇଛି। ଆଜି ଦେଶର ଷଷ୍ଠ ପର୍ଯ୍ୟାୟ ଓ ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଏହି ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଂଚିଛି। ଓଡ଼ିଶାରେ ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବାବେଳେ ସନ୍ଧ୍ୟା ୫ଟା ସୁଦ୍ଧା ୫୯.୬୦ ପ୍ରତିଶତ ମତଦାନ ରେକର୍ଡ ହୋଇଛି।

ଦେଶରେ ଦିନ ୩ଟା ସୁଦ୍ଧା ଦେଶରେ ୪୯.୨% ମତଦାନ ହୋଇଥିଲା। ବିହାରରେ ୪୫.୨୧%, ହରିଆନାରେ ୪୬.୨୬%, ଜାମ୍ମୁ-କାଶ୍ମୀରରେ ୪୪.୪୧% , ଝାଡ଼ଖଣ୍ଡରେ ୫୪.୩୪%, ଦିଲ୍ଲୀରେ ୪୪.୫୮%, ଓଡ଼ିଶାରେ ୪୮.୪୪%, ଉତ୍ତରପ୍ରଦେଶରେ ୪୩.୯୫% , ପଶ୍ଚିମବଙ୍ଗରେ ୭୦.୧୯ % ଭୋଟ ଗ୍ରହଣ ହୋଇଛି।

ସେହିଭଳି ଓଡ଼ିଶାରେ ତୃତୀୟ ପର୍ଯ୍ୟାୟରେ ୬ ଲୋକସଭା, ୪୨ ବିଧାନସଭା ଆସନ ପାଇଁ ସକାଳ ୭ଟାରୁ ମତଦାନ କେନ୍ଦ୍ରରେ ଭୋଟରଙ୍କ ଲମ୍ବା ଲାଇନ ଲାଗିଥିଲା। ରାଜ୍ୟରେ ଦିନ ୩ଟା ସୁଦ୍ଧା ୪୮.୪୪ ପ୍ରତିଶତ ମତଦାନ ହାର ରେକର୍ଡ କରାଯାଇଛି। ଭୁବନେଶ୍ବରରେ ୪୨.୫୩ %, କଟକରେ ୪୩.୫୨ %, ଢେଙ୍କାନାଳରେ ୫୦.୪୦ %, କେନ୍ଦୁଝରରେ ୫୩.୨୯ %, ପୁରୀରେ ୪୮.୭୧ %, ସମ୍ବଲପୁରରେ ୫୨.୭୭% ମତଦାନ ହାର ରେକର୍ଡ କରାଯାଇଛି।

ସେହିଭଳି ଦିନ ୧ଟା ସୁଦ୍ଧା ୩୫.୬୯ ପ୍ରତିଶତ ମତଦାନ ହାର ରେକର୍ଡ କରାଯାଇଥିଲା। ଭୁବନେଶ୍ବରରେ ୩୩.୦୧%, କଟକରେ ୩୪.୪୦ %, ଢେଙ୍କାନାଳରେ ୩୬%, କେନ୍ଦୁଝରରେ ୩୫.୬୩%, ପୁରୀରେ ୩୭.୨୬ %, ସମ୍ବଲପୁରରେ ୩୮.୧୩ % ମତଦାନ ହାର ରେକର୍ଡ କରାଯାଇଥିଲା।

ଦିନ ୧୧ଟା ସୁଦ୍ଧା ୨୧.୩୨ ପ୍ରତିଶତ ମତଦାନ ହାର ରେକର୍ଡ ହୋଇଥିଲା। ଭୁବନେଶ୍ବରରେ ୨୦.୨୭%, କଟକରେ ୨୦.୪୭%, ଢେଙ୍କାନାଳରେ ୨୨.୪୧%, କେନ୍ଦୁଝରରେ ୨୦.୮୯ %, ପୁରୀରେ ୨୧.୫୧ %, ସମ୍ବଲପୁରରେ ୨୧.୮୯ % ମତଦାନ ହାର ରେକର୍ଡ ହୋଇଥିଲା।

ସକାଳ ୯ଟା ସୁଦ୍ଧା ୭.୪୩ ପ୍ରତିଶତ ମତଦାନ ହାର ରେକର୍ଡ ହୋଇଥିଲା। ଭୁବନେଶ୍ବରରେ ୬.୬୫%, କଟକରେ ୭.୩୨%, ଢେଙ୍କାନାଳରେ ୭.୯୫%, କେନ୍ଦୁଝରରେ ୮.୭୪%, ପୁରୀରେ ୬.୮୭%, ସମ୍ବଲପୁରରେ ୭.୦୯% ମତଦାନ ହାର ରେକର୍ଡ ହୋଇଥିଲା।

Leave A Reply

Your email address will not be published.