Odisha Link
Bridging the Missing Links in Odisha

ପଦ ଛାଡ଼ିଲେ ଭକ୍ତ ଦାସ, ଏଆଇସିସି ସଭାପତିଙ୍କୁ ଲେଖିଲେ ଚିଠି

ଓଏଲ୍‌ ବ୍ୟୁରୋ: ଶେଷ ହୋଇଛି ନିର୍ବାଚନ। ରାଜ୍ୟରେ ବିଜେପି ବହୁମତ ହାସଲ କରିବା ପରେ ବିଜେଡି ଦ୍ୱିତୀୟ ଓ ଶେଷରେ କଂଗ୍ରେସ ରହିଛି। କଂଗ୍ରେସ ଦଳର ଖରାପ ପ୍ରଦର୍ଶନ ପରେ ପଦ ଛାଡ଼ିଲେ ଭକ୍ତ ଦାସ। ପ୍ରଦେଶ କଂଗ୍ରେସ କମିଟି ପ୍ରଚାର କମିଟି ଅଧ୍ୟକ୍ଷ ପଦ ଛାଡ଼ିଲେ। ଅଧ୍ୟକ୍ଷ ପଦ ଛାଡ଼ିବା ନେଇ ଏଆଇସିସି ସଭାପତିଙ୍କୁ ଚିଠି କରିଛନ୍ତି।

ସୂଚନା ଅନୁସାରେ, ଚଳିତ ୨୦୧୪ ସାଧାରଣ ନିର୍ବାଚନରେ ନର୍ଲା ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ଭକ୍ତ ଚରଣ ଦାସ ନିର୍ବାଚନ ଲଢୁଥିଲେ। ହେଲେ ନର୍ଲା ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ମନୋରମା ମହାନ୍ତି ବାଜି ମାରିଛନ୍ତି। ଏହା ପରେ ଆଜି କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ପଦ ଛାଡିଛନ୍ତି ଭକ୍ତ ଚରଣ ଦାସ।