ଏଥର ପ୍ରଦୂଷଣମୁକ୍ତ ଦୀପାବଳୀ, ରାଜଧାନୀରେ ବାଣ ବିକ୍ରିରେ ଲାଗିଲା ରୋକ
ଓଏଲ୍ ବ୍ୟୁରୋ: ଦିଲ୍ଲୀରେ ପ୍ରଦୂଷଣ ସବୁଠୁ ବଡ଼ ଚିନ୍ତାର ବିଷୟ ପାଲଟିଛି। ନିଃଶ୍ୱାସ ନେବା କଷ୍ଟକର ହୋଇପଡ଼ୁଛି। ଏସବୁ ଭିତରେ ସରକାର ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ରାଜଧାନୀ ଦିଲ୍ଲୀରେ ବାଣ ତିଆରି, ବିକ୍ରି ଓ ଫୁଟାଇବା ବ୍ୟାନ୍ କରିଛନ୍ତି ଦିଲ୍ଲୀ ସରକାର। ୨୦୨୫ ଜାନୁଆରୀ ୧ ପର୍ଯ୍ୟନ୍ତ ଦିଲ୍ଲୀ ସରକାର ବାଣ ତିଆରି, ବିକ୍ରି ଓ ଫୁଟାଇବା ବ୍ୟାନ୍ କରିଛନ୍ତି। ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣରେ ରଖିବା ପାଇଁ ବାଣ ବ୍ୟାନ୍ ହୋଇଥିବା ସୂଚନା ରହିଛି। ତେବେ ଦୀପାବଳୀ ଆଗକୁ ଆସୁଥିବାବେଳେ ତା’ପୂର୍ବରୁ ସରକାର ଏହି ବଡ଼ ନିଷ୍ପତି ନେଇଛନ୍ତି।