୨୭ ଜଣଙ୍କୁ ପ୍ରବାସୀ ଭାରତୀୟ ସମ୍ମାନ, ସମ୍ମାନିତ କଲେ ରାଷ୍ଟ୍ରପତି
![](https://www.odishalink.com/wp-content/uploads/2025/01/pb-1-750x418.jpg)
ଓଏଲ୍ ବ୍ୟୁରୋ: ଜନତା ମୈଦାନରେ ମହାମହିମ ରାଷ୍ଟ୍ରପତି। ଉଦଯାପନୀ ଉତ୍ସବରେ ଯୋଗ ଦେଲେ ମହାମହିମ ରାଷ୍ଟ୍ରପତି। ପ୍ରବାସୀ ଭାରତୀୟ ଦିବସର ଅନ୍ତିମ ଦିବସ କାର୍ଯ୍ୟକ୍ରମରେ ୨୭ ଜଣଙ୍କୁ ‘ପ୍ରବାସୀ ଭାରତୀୟ ସମ୍ମାନ’ ମିଳିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୭ ଜଣଙ୍କୁ ପୁରସ୍କୃତ କରିଛନ୍ତି।
ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ରାଜଧାନୀ ଭୁବନେଶ୍ୱରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଗତକାଲି ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ସମାରୋହର ସମାପନ ଉତ୍ସବରେ ଯୋଗଦେବା ପାଇଁ ରାଷ୍ଟ୍ରପତି ଭୁବନେଶ୍ବରରେ ପହଞ୍ଚିଥିଲେ। ବିମାନବନ୍ଦରରୁ ସୁରକ୍ଷା ବଳୟ ମଧ୍ୟରେ ରାଷ୍ଟ୍ରପତି ରାଜଭବନ ଅଭିମୁଖେ ଯାତ୍ରା କରିଥିଲେ। ଆଜି ରାଜଭବନରୁ ବାହାରି ଜନତା ମୈଦାନରେ ପହଂଚି ପ୍ରବାସୀ ଭାରତୀୟ ଦିବସର ଅନ୍ତିମ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଲେ।