‘ଅସ୍ମିତା’ର ଅର୍ଥ ବୁଝାଇଲେ ମନ୍ତ୍ରୀ, ଅସନ୍ତୋଷ ଝାଡ଼ିଲେ ବିଧାୟକ..

ଓଏଲ୍ ବ୍ୟୁରୋ: ବିଧାନସଭା ବଜେଟ ଅଧିବେଶନର ଆଜି ଦ୍ବିତୀୟ ଦିନ। ଆଜି ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ଶିଳ୍ପ, ଅନୁସୂଚିତ ଜାତି ଓ ଜନଜାତି ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ ବିଭାଗର ପ୍ରଶ୍ନକାଳ ରହିଥିବାବେଳେ ଅସ୍ମିତା ଶବ୍ଦର ଅର୍ଥକୁ ନେଇ ଚର୍ଚ୍ଚା ହୋଇଛି। ବିଧାୟକ ଅରୁଣ କୁମାର ସାହୁ ଏକ ଅଣତାରକା ପ୍ରଶ୍ନ କରିଥିଲେ ଯେ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅନୁଗ୍ରହ କରି କହିବେ କି; ଓଡ଼ିଆ ଅଭିଧାନରେ ଅସ୍ମିତା ଶବ୍ଦର ଅର୍ଥ କଣ; ଓଡ଼ିଆ ଅସ୍ମିତାର ସମ୍ପୂର୍ଣ୍ଣ ବ୍ୟାଖ୍ୟା କରିବେ କି?
ଉତ୍ତରରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ କହିଛନ୍ତି, ‘ଅସ୍ମିତା’ ଶବ୍ଦର ଅର୍ଥ ମୁଁ ପଣ, ଅହଂକାର, ମୁଁ ଭାବ, ମୁଁ ଅଛି-ଏହି ଭାବ, ଆତ୍ମପରିଚିତି। ସୂର୍ଯ୍ୟବଂଶୀ ସୂରଜଙ୍କ ‘ଅସ୍ମିତା’ ଉତ୍ତର ନେଇ ଅରୁଣ ସାହୁ ପ୍ରତିକ୍ରିୟା ରଖିଛନ୍ତି, ମନ୍ତ୍ରୀ ଅଧା ଉତ୍ତର ରଖିଛନ୍ତି, ସନ୍ତୋଷଜନକ ନୁହେଁ।