Odisha Link
Bridging the Missing Links in Odisha

୧୦ ବର୍ଷ ମଧ୍ୟରେ ଓଡ଼ିଶାରେ ୬୩୦ ଶିଶୁ ଶ୍ରମିକ ଉଦ୍ଧାର, ଗୃହରେ ଉତ୍ତର ଦେଲେ ମନ୍ତ୍ରୀ..

ଓଏଲ୍‌ ବ୍ୟୁରୋ: ଶିଶୁ ଓ କିଶୋର ହେଉଛନ୍ତି ଦେଶର ଭବିଷ୍ୟତ। ତେଣୁ ସେମାନଙ୍କ ଜୀବନ ଓ ସ୍ୱପ୍ନକୁ ସୁରକ୍ଷିତ କରିବା ପାଇଁ ଆମ ସମାଜକୁ ପିଲାଙ୍କ ଉପଯୋଗୀ କରିବାକୁ ହେବ। ଶିଶୁମାନଙ୍କର ଅଧିକାରକୁ ସୁନିଶ୍ଚିତ କରିବା ସହ ସେମାନଙ୍କୁ ଜୀବନରେ ପୂର୍ଣ୍ଣ ବିକଶିତ କରିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ହେବ। ଏହି ଆଭିମୁଖ୍ୟକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଆଉ ସଚେତନତା ଜାରି ରହିଛି।

ସଚେତନତା ପରେ ଶିଶୁ ଶ୍ରମିକଙ୍କ ସଂଖ୍ୟା କମିଥିଲେ ମଧ୍ୟ ଏବେବି ଅଭାବ କାରଣରୁ ଅନେକ ଶିଶୁ ଶ୍ରମିକ ଉଦ୍ଧାର ହେଉଛନ୍ତି।ଆଜି ଗୃହରେ ବିଭିନ୍ନ ବିଭାଗର ପ୍ରଶ୍ନକାଳ ରହିଥିବାବେଳେ ଶିଶୁ ଶ୍ରମିକ ନେଇ ଚିନ୍ତା ବଢିଛି। ଗତ ୧୦ ବର୍ଷ ମଧ୍ୟରେ ୬୩୦ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ୨୦୨୪ ମସିହାରେ, କଟକ ଜିଲ୍ଲାରେ ୮୪ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସୁନ୍ଦରଗଡ଼ରେ ୭୯, ଝାରସୁଗୁଡ଼ାରେ ୭୩ ଏବଂ ଢେଙ୍କାନାଳରେ ୭୨ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଶିଶୁ ଶ୍ରମିକ ଉଦ୍ଧାର ନେଇ ଗୃହରେ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ଏକ ଲିଖିତ ଉତ୍ତର ରଖିଛନ୍ତି।