ଦୂର ହେଲା ଆୟୁଷ୍ମାନ ଯୋଜନା ଦ୍ୱନ୍ଦ୍ୱ, ୬ ଲକ୍ଷଙ୍କୁ ଅନ୍ଲାଇନ୍ରେ ମିଳିବ କାର୍ଡ

ଓଏଲ୍ ବ୍ୟୁରୋ: ରାଜ୍ୟରେ ମିଳିତ ଭାବେ ଆରମ୍ଭ ହୋଇଛି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। ଏହାସହ କାର୍ଡ ବିତରଣ ମଧ୍ୟ ଆରମ୍ଭ ହୋଇଛି। ରାଜ୍ୟରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ଏବଂ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା ଲାଗୁ ହେଉଛି। ଏହି ଯୋଜନା ଅଧୀନରେ ରାଜ୍ୟର ସ୍ୱାସ୍ଥ୍ୟ କ୍ଷେତ୍ରରେ ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଛି।
ଆୟୁଷ୍ମାନ ଯୋଜନାକୁ ନେଇ ଦ୍ବନ୍ଦ୍ବ ଦୁର କରିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। କେମିତି ଫାଇଦା ପାଇବେ ହିତାଧିକାରୀ, ଆୟୁଷ୍ମାନ କାର୍ଡକୁ କେମିତି ଉପଯୋଗ କରିବେ ସେନେଇ ସବିଶେଷ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ। ଓଡ଼ିଶାର ୧ କୋଟି ୩ ଲକ୍ଷ ପରିବାରର ମୋଟ ୩ କୋଟି ୫୦ ଲକ୍ଷ ଲୋକ ଏହି ଯୋଜନାରୁ ଉପକୃତ ହେବେ। ଯେଉଁମାନେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା, ଅନ୍ତଦ୍ବୟ ଯୋଜନା, ନବୀନ କାର୍ଡ ଏବଂ ରାସନ କାର୍ଡ ଥିବା ହିତାଧିକାରୀ ପାଇ ପାରିବେ ଆୟୁଷ୍ମାନ ଯୋଜାନର ଲାଭ। ରାସନ କାର୍ଡ ନାଁ ନଥିବା ୨ ଲକ୍ଷ ପରିବାର ବି ଯୋଜନାରୁ ସୁବିଧା ପାଇବେ।
୧ କୋଟି ୩ ଲକ୍ଷ ପରିବାରକୁ ଆୟୁଷ୍ମାନ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ସୁବିଧା ମିଳିବ। ମୋଟ ୩ କୋଟି ୫୦ ଲୋକ ପାଇବେ ଆୟୁଷ୍ମାନ ଯୋଜନାର ଲାଭ। ୭୦ ବର୍ଷରୁ ଉର୍ଦ୍ଧ୍ବ ୨୩ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ। ଏମାନଙ୍କ ମଧ୍ୟରୁ ୬ ଲକ୍ଷଙ୍କୁ ଅନ୍ଲାଇନ୍ରେ କାର୍ଡ ମିଳିବ। ୭୦ ବର୍ଷର ଅଧିକ ଇନକମ୍ ଟାକ୍ସ ଦେଉଥିଲେ ବି ଆୟୁଷ୍ମାନ କାର୍ଡ ପାଇବେ। ପରିବାର ପିଛା ୫ ଲକ୍ଷ ଓ ମହିଳାଙ୍କ ପାଇଁ ଅତିରିକ୍ତ ୫ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବ।
ପରିବାରରେ ୭୦ ବର୍ଷରୁ ଅଧିକ ଥିଲେ ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ଅତିରିକ୍ତ ୫ ଲକ୍ଷର ସୁବିଧା ମିଳିବ।ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅଧିନରେ ଥିଲେ ମିଳିବ କାର୍ଡ। ଅନ୍ତଦ୍ବୟ ଯୋଜନା କାର୍ଡ ରହିଥିଲେ ମିଳିବ ଆୟୁଷ୍ମାନ। ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ନାଁ ରହିଥିଲେ ବି ମିଳିବ ସୁବିଧା। ନବୀନ କାର୍ଡ ପାଇଥିବା ହିତାଧିକାରୀ ମଧ୍ୟ ଯୋଜନାର ଲାଭ ଉଠାଇ ପାରିବେ। ରାସନ କାର୍ଡ ନାଁ ନଥିବା ୨ ଲକ୍ଷ ପରିବାର ବି ଯୋଜନାରୁ ସୁବିଧା ପାଇବେ। ଘର ଘର ବୁଲି କାର୍ଡ ଦେବେ ଆଶା ଦିଦି। ଯୋଜନାର ପରିସରଭୁକ୍ତ ହୋଇ କାର୍ଡ ନଥିଲେ ବି ଆଧାର ନମ୍ବର ଦେଲେ ମିଳିବ ସୁବିଧା। କିମ୍ବା ପୁରୁଣା ବିଏସକେୱାଇ କାର୍ଡ ଦେଖାଇଲେ ବି ହସ୍ପିଟାଲରେ ଚିକିତ୍ସା ମିଳିବ।