Odisha Link
Bridging the Missing Links in Odisha

ଭୟ ବଢ଼ାଇଲା ଭବିଷ୍ୟବାଣୀ, ଭାରତରେ ଭୂକମ୍ପ ନେଇ ବଡ଼ ସୂଚନା ଦେଲେ ବୈଜ୍ଞାନିକ..

ଓଏଲ୍‌ ବ୍ୟୁରୋ: ମିଆଁମାରରେ ଘଟିଥିବା ଭୟାବହ ଭୂମିକମ୍ପରେ ମୃତକଙ୍କ ସଂଖ୍ୟା ୩ ହଜାର ଟପିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ୪ହଜାର ୬୭୧ଜଣରୁ ଅଧିକ ଲୋକ ଆହତ ହୋଇଛନ୍ତି ଏବଂ ୨୧୪ଜଣ ଏବେ ବି ନିଖୋଜ ରହିଛନ୍ତି। ୫,୨୦୦ ଘର, ୧୮୦୦ ସ୍କୁଲ, ୮,୯୦୦ ମନ୍ଦିର ମାଟିରେ ମିଶିଛି। ମିଆଁମାର ଭୂକମ୍ପରେ ୧୭୭ ହସ୍ପିଟାଲ, ୧୬୯ ବ୍ରିଜ, ୧୯୮ ଡ୍ୟାମ ନଷ୍ଟ ହୋଇଛି ବୋଲି ସୂଚନା ମିଳିଛି।

କେବଳ ମିଆଁମାର ନୁହେଁ ଗତ କିଛି ଦିନ ମଧ୍ୟରେ ପାକିସ୍ତାନ, ଆଫଘାନିସ୍ଥାନ ସମେତ ଅନେକ ଅଂଚଳରେ ଭୂକମ୍ପ ପ୍ରଭାବ ପଡିଥିବା ଖବର ସାମ୍ନାକୁ ଆସୁଛି। ତେବେ ଏହି କ୍ରମରେ ଭାରତ ବି ଭୋଗିପାରେ ସମାନ ସ୍ଥିତି। ଭାଙ୍ଗିବ ବଡ଼ ବଡ଼ ଅଟ୍ଟାଳିକା, ମାଟିରେ ମିଶିବ ଅନେକ ଘର। ଚାଲିଯାଇପାରେ ଅନେକ ଜୀବନ। ଏମିତି କିଛି ଭବିଷ୍ୟବାଣୀ ଆଇଆଇଟି କାନପୁରର ଜଣେ ବୈଜ୍ଞାନିକ କରିଛନ୍ତି। ଏଭଳି ଆକଳନକୁ ନେଇ ପୂରା ଦେଶରେ ଏବେ ଚର୍ଚ୍ଚା ଜୋର୍। ସତରେ କ’ଣ ମିଆଁମାର ସ୍ଥିତି ଭୋଗିବ ଭାରତ?

ମିଆଁମାରରେ ୭.୭ ଏବଂ ୬.୪ ତୀବ୍ରତାରେ ଦୁଇଥର ଭୂମିକମ୍ପ ଝଟକା ଲାଗିଥିଲା। ଏଥିରେ ୩ ହଜାରରୁ ଅଧିକ ପ୍ରାଣ ହରାଇଥିବାବେଳେ ଶତାଧିକ ହୋଇଛନ୍ତି। ଏହାସହିତ ୩ଶହରୁ ଅଧିକ ଲୋକ ନିଖୋଜ ରହିଛନ୍ତି। ଭୂକମ୍ପର ପ୍ରଭାବ ପଡୋଶୀ ଥାଇଲ୍ୟାଣ୍ଡରେ ମଧ୍ୟ ଅନୁଭୂତ ହୋଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ପରେ ଆଇଆଇଟି କାନପୁରର ବୈଜ୍ଞାନିକ, ଭାରତରେ ଏଭଳି ସ୍ଥିତି ହେବା ବୋଲି ଚେତାବାନୀ।

ଆଇଆଇଟି କାନପୁରର ଭୂ-ବିଜ୍ଞାନ ବିଭାଗର ପ୍ରଫେସର ଜାଭେଦ ମଲ୍ଲିକ କହିଛନ୍ତି, ମିଆଁମାର ଏବଂ ବ୍ୟାଙ୍କକରେ ଭୟଙ୍କର ଭୂକମ୍ପର ମୂଳ କାରଣ ହେଉଛି ସାଗିଂ ଫଲ୍ଟ। ସାଗିଂ ଫଲ୍ଟ ଖୁବ୍ ବିପଜ୍ଜନକ। ଏହାକୁ ଇଣ୍ଟରନେଟରେ ସହଜରେ ଦେଖିହୁଏ। ସେ ଆହୁରି ମଧ୍ୟ କହିଛନ୍ତି, ‘ପଶ୍ଚିମବଙ୍ଗର ସିଲିଗୁରିରେ ଗଙ୍ଗା-ବେଙ୍ଗଲ ଫ୍ଲଟ୍ ରହିଥିବାବେଳେ ମିଆଁମାରରେ ସାଗାଇଙ୍ଗ ଫଲ୍ଟ ରହିଛି। ଏହି ଦୁଇଟି ଫଲ୍ଟ ମଧ୍ୟରେ ଅନେକ ଛୋଟ ବଡ଼ ଫଲ୍ଟ ଲାଇନ୍ ବି ଅଛି। ଗୋଟିଏ ଫଲ୍ଟ ସକ୍ରିୟ ହେବା ହେତୁ ଅନ୍ୟ ଏକ ଫଲ୍ଟ ମଧ୍ୟ ସକ୍ରିୟ ହୋଇପାରେ, ଯାହା ଭାରତରେ ଭୟଙ୍କର ଭୂକମ୍ପ ସୃଷ୍ଟି କରିବାକୁ ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ।।

Leave A Reply

Your email address will not be published.