Odisha Link
Bridging the Missing Links in Odisha

ମହଙ୍ଗା ପଡ଼ିଲା ଆୟ ବହିର୍ଭୂତ ସମ୍ପତ୍ତି, ଗିରଫ ହେଲେ କୋଟିପତି ଯନ୍ତ୍ରୀ

ଓଏଲ୍‌ ବ୍ୟୁୁରୋ: ମହଙ୍ଗା ପଡ଼ିଲା ଠୁଳ କରିଥିବା ଆୟ ବହିର୍ଭୂତ ସମ୍ପତ୍ତି। ଗିରଫ ହେଲେ ଅନୁଗୁଳ ଆଠମଲ୍ଲିକ ସହକାରୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ। ଗତକାଲି ଚଢ଼ାଉ ବେଳେ AEEଙ୍କର ଅମାପ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ। ଗୋଟିଏ ଦ୍ବିମହଲା କୋଠା, ୨୨ଟି ଦାମୀ ପ୍ଲଟ ଠାବ ହୋଇଥିଲା। କୋଟିଏରୁ ଅଧିକ ଟଙ୍କାର ବ୍ୟାଙ୍କ ଜମା ସହ ନଗଦ ୨୪ ଲକ୍ଷ ମିଳିଥିଲା।

ସୂଚନା ଅନୁସାରେ, ଗତକାଲି ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀଙ୍କ ବାସଭବନ ଓ କାର୍ଯ୍ୟାଳୟରେ ରେଡ୍ କରାଯାଇଥିଲା। ଏକକାଳୀନ ୯ଟି ସ୍ଥାନରେ ଚଢାଉ କରାଯାଇଥିଲା। ଢେଙ୍କାନାଳ ସହର ଗାୟତ୍ରୀ ନଗରସ୍ଥିତ ବାସଭବନ ସମେତ ଆଠମଲ୍ଲିକ ବ୍ଲକ କାର୍ଯ୍ୟାଳୟ ଓ ସରକାରୀ ବାସଭବନ, ଢେଙ୍କାନାଳ ସଦର ବ୍ଲକ ବଣସିଂହସ୍ଥିତ ପୈତୃକ ଘର ଓ କଟକରେ ଚଢ଼ଉ କରିଥିଲା ଭିଜିଲାନ୍ସ।