ଓଡ଼ିଶା ଯାତ୍ରୀ ଆପ୍ରେ ଯୋଡ଼ିହେବ ଆମ୍ବୁଲାନ୍ସ ସେବା, ମନ୍ତ୍ରୀ ଦେଲେ ସୂଚନା..

ଓଏଲ୍ ବ୍ୟୁରୋ: ଅନଲାଇନ୍ରେ ବୁକ୍ ହେବ ଆମ୍ବୁଲାନ୍ସ। ଘରୋଇ ଆମ୍ବୁଲାନ୍ସ ଗୁଡ଼ିକ ଓଡ଼ିଶା ଯାତ୍ରୀ ସହ ଯୋଡ଼ି ହେବେ ଏବଂ ଯାତ୍ରୀ ଅନଲାଇନରେ ଆମ୍ବୁଲାନ୍ସ ବୁକ୍ କରିପାରିବେ। ଘରୋଇ ଆମ୍ବୁଲାନ୍ସ ଗୁଡ଼ିକ ଓଡ଼ିଶା ଯାତ୍ରୀ ସହ ଯୋଡ଼ି ହେବେ ଏବଂ ଅନ୍ଲାଇନ୍ରେ ଆମ୍ବୁଲାନ୍ସ ବୁକ୍ କରିପାରିବେ ରୋଗୀ କିମ୍ବା ତାଙ୍କ ସମ୍ପର୍କୀୟ। ଏହାର ସଂରକ୍ଷଣ ଦାୟିତ୍ୱ ପରିବହନ ବିଭାଗ ନେଇଛି ଏବଂ କ୍ରୁଟ ସହାୟତାରେ ଏହାକୁ ପରିଚାଳନା କରାଯିବ।
ଅଟୋ, ଟ୍ୟାକ୍ସି ପରେ ଘରୋଇ ଆମ୍ବୁଲାନ୍ସକୁ ଓଡ଼ିଶା ଯାତ୍ରୀ ଆପ୍ ସହ ଯୋଡ଼ାଯିବ । ଆମ୍ବୁଲାନ୍ସ ସେବା ରେଟ୍ ସରକାର ନିର୍ଦ୍ଧାରଣ କରିବେ। ଏହାଦ୍ୱାରା ସରକାରୀ ଆମ୍ବୁଲାନ୍ସ ସହ ଘରୋଇ ଆମ୍ବୁଲାନ୍ସ ସେବା ବି ପାଇବେ ସାଧାରଣ ଲୋକେ। ଏନେଇ ପରିବହନ ବିଭାଗ ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଥିବା କହିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ଏହାର ସଂରକ୍ଷଣ ଦାୟିତ୍ବ ପରିବହନ ବିଭାଗ ନେଇଛି ଏବଂ କ୍ରୁଟ ସହାୟତାରେ ଏହାକୁ ଚଲାଯିବ।