Odisha Link
Bridging the Missing Links in Odisha

ନିର୍ବାଚନ ପୂର୍ବରୁ ମୋକିମ୍‌ଙ୍କୁ ବଡ଼ ଆଶ୍ବସ୍ତି, ସୁପ୍ରିମକୋର୍ଟରୁ ମିଳିଲା ଜାମିନ

ଓଏଲ୍‌ ବ୍ୟୁରୋ: ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ନିର୍ବାଚନକୁ ନଜରରେ ରଖି ସମସ୍ତ ଛାମୁଆ ଦଳ ଆରମ୍ଭ କରି ସାରିଲେଣି ଅଙ୍କକଷା। ଏହାରି ମଧ୍ୟରେ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କୁ ଆଶ୍ବସ୍ତି ମିଳିଛି। ସୁପ୍ରିମକୋର୍ଟରୁ ମହମ୍ମଦ ମୋକିମଙ୍କୁ ଜାମିନ ପ୍ରଦାନ କରାଯାଇଛି। ଭିଜିଲାନ୍ସ କୋର୍ଟର ଦଣ୍ଡାଦେଶ ବିରୋଧରେ ମୋକିମ ଆବେଦନ କରିଥିଲେ। ଏନେଇ ଶୁଣାଣି କରି ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି।

ସୂଚନା ଅନୁସାରେ, କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲାରେ ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ ହାଇକୋର୍ଟ। ଅପରାଧିକ ମାମଲାର ସବିଶେଷ ତଥ୍ୟ ଦେଇ ନଥିବାରୁ ଅସିଦ୍ଧ ଘୋଷଣା ହୋଇଥିଲା। ମୋକିମଙ୍କ ବିରୋଧରେ ଦେବାଶିଷ ସାମନ୍ତରାୟ ମାମଲା କରିଥିଲେ। ନାମାଙ୍କନ ବେଳେ ସବିଶେଷ ତଥ୍ୟ ଦେଇ ନଥିବା ଅଭିଯୋଗ କରିଥିଲେ। ଏନେଇ ମାମଲାର ଶୁଣାଣି କରି ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ ହାଇକୋର୍ଟ। ଭିଜିଲାନ୍ସ କୋର୍ଟର ଦଣ୍ଡାଦେଶ ବିରୋଧରେ ମୋକିମ ଆବେଦନ କରିଥିଲେ। ଏନେଇ ଶୁଣାଣି କରି ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି।