Odisha Link
Bridging the Missing Links in Odisha

ବିଏସ୍ଏଫ୍ ଯବାନଙ୍କୁ ସଫଳତା; ଉଦ୍ଧାର ହେଲା ସନ୍ଦିଗ୍ଧ ଡ୍ରୋନ୍

ଓଏଲ୍ ବ୍ୟୁରୋ: ପୁଣି ଭାରତରେ ଦେଖିବାକୁ ମିଳିଲା ସନ୍ଦିଗ୍ଧ ଡ୍ରୋନ୍। ବିଏସ୍ଏଫ୍ ସୈନ୍ୟ ଏବଂ ପଞ୍ଜାବ ପୁଲିସର ମିଳିତ ଉଦ୍ୟମରେ ଏହି ସନ୍ଦିଗ୍ଧ ଡ୍ରୋନ୍ ଉଦ୍ଧାର ହୋଇଛି। ଉଦ୍ଧାର ହୋଇଥିବା ଡ୍ରୋନକୁ ନେଇ ମଧ୍ୟ ବିଏସ୍ଏଫ୍ ପକ୍ଷରୁ ସୂଚନା ଦିଆଯାଇଛି। ରାତି ପ୍ରାୟ ୭ଟାରେ ତାରନ ଜିଲ୍ଲା ଅନ୍ତର୍ଗତ ଖେମକରାନ ଗ୍ରାମ ନିକଟରେ ଥିବା ଏକ ଚାଷ ଜମିରେ ଗୋଟିଏ ଡ୍ରୋନ୍ ଉଦ୍ଧାର କରିଥିଲେ। ଉଦ୍ଧାର ହୋଇଥିବା ଡ୍ରୋନକୁ ଚାଇନାରେ ନିର୍ମିତ ହୋଇଥିବା ସନ୍ଦେହ କରାଯାଉଛି। ପଞ୍ଜାବ ସୀମାନ୍ତରେ ଏହା ଚିହ୍ନଟ କରାଯାଇଛି।

ଖବର ଅନୁସାରେ, ଗତ ଫେବୃଆରୀ ମାସରେ ଭାରତ ଆକାଶରେ ଦେଖିବାକୁ ମିଳିଥିଲା ପାକସ୍ତାନୀ ଡ୍ରୋନ୍। ଭାରତ ଆକାଶରେ ଉଡୁଥିବା ପାକସ୍ତାନୀ ଡ୍ରୋନକୁ ବିଏସଏଫ ଯବାନ ଗୁଳି କରି ଖସାଇଥିଲେ। ତେବେ ଏହି ପାକସ୍ତାନୀ ଡ୍ରୋନ୍ ପଞ୍ଜାବର ଅମ୍ରିତସରରେ ଦେଖିବାକୁ ମିଳିଥିବା ଜଣା ପଡିଥିଲା। ବାରମ୍ବାର ଭାରତରେ ସନ୍ଦିଗ୍ଧ ଡ୍ରୋନ ଉଡ଼ୁଥିବାରୁ ଚିନ୍ତା ବଢ଼ିବାରେ ଲାଗିଛି।